ତାଇୱାନ୍ ଉପରେ ନିୟନ୍ତ୍ରଣ ମୂଳ ଲକ୍ଷ୍ୟ

ସିସିପି ସମ୍ମିଳନୀରେ ଜିନ୍ପିଙ୍ଗ୍ଙ୍କ ବିବାଦୀୟ ମନ୍ତବ୍ୟ
ବେଜିଂ(ଏଜେନ୍ସି): ରବିବାର ଠାରୁ ଚୀନ୍ର ଶାସକ ଦଳ ତଥା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନେତୃତ୍ୱାଧୀନ ଚୀନ୍ କମୁ୍ୟନିଷ୍ଟ ପାର୍ଟିର ୨ଠ ତମ ଜାତୀୟ କଂଗ୍ରେସ (ସିସିପି) ଆରମ୍ଭ ହୋଇଛି । ପ୍ରାୟ ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ ଏବଂ ଅକ୍ଟୋବର ୨୨ରେ ଶେଷ ହେବ । ଏହି ଅବସରରେ ଜିନ୍ପିଙ୍ଗ୍ ଦଳୀୟ ସଦସ୍ୟଙ୍କ ସମର୍ଥନ ହାସଲ କରିବା ସହ କ୍ରମାଗତ ତୃତୀୟ ଥର ପାଇଁ ଚୀନ୍ର ରାଷ୍ଟ୍ରପତି ପଦ ବଜାୟ ରଖିବେ ବୋଲି ଅନୁମାନ କରାଯାଉଛି । କାରଣ ଜିନ୍ପିଙ୍ଗ୍ଙ୍କ ବିରୋଧରେ କୌଣସି ଦଳୀୟ ନେତା ପ୍ରାର୍ଥୀ ହୋଇନାହାନ୍ତି । ତେବେ ନୂଆ ରାଷ୍ଟ୍ରପତି ଘୋଷଣା ହେବା ପୂର୍ବରୁ କମୁ୍ୟନିଷ୍ଟ ପାର୍ଟିର କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଛଳରେ ଅନେକ ପ୍ରସଙ୍ଗରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚୀନ୍, ହଂକଂ ଉପରେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହାସଲ କରିସାରିଥିବା ବେଳେ ଏବେ ତାଇୱାନ୍ ଉପରେ ଅଧିକାର ସାବ୍ୟସ୍ତ କରିବା ଦିଗରେ ପ୍ରୟାସ ଆରମ୍ଭ କରିବ । ଅରାଜକତାର ଚରମ ଶୀର୍ଷରେ ପହଞ୍ଚôସାରିଥିବା ହଂକଂକୁ ଏବେ ତାଙ୍କ ସରକାର ବ୍ୟବସ୍ଥିତ କରିଛନ୍ତି । ଶାସନ ବ୍ୟବସ୍ଥା ଠାରୁ ଆରମ୍ଭ କରି ସବୁକିଛି ନିୟନ୍ତ୍ରଣକୁ ନେଇଛନ୍ତି । ତେବେ ଆଗାମୀ ଦିନରେ ତାଇୱାନ୍ରେ ମଧ୍ୟ ସୁଶାସନ ବ୍ୟବସ୍ଥା ପ୍ରଚଳନ କରାଯିବ । ଆବଶ୍ୟକ ସ୍ଥଳେ ତାଇୱାନ୍କୁ ନିଜ ସହ ଯୋଡିବା ପାଇଁ ଚୀନ୍ ନିଜ ସାମରିକ ସେନାର ବ୍ୟବହାର କରିବାକୁ ମଧ୍ୟ ପଛାଇବ ନାହିଁ ।
ପ୍ରକାଶ, ପ୍ରତି ପାଞ୍ଚ ବର୍ଷରେ ଥରେ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଏପ୍ରକାର ସମ୍ମିଳନୀ ଆୟୋଜିତ କରାଯାଇ ଆସୁଛି । ଏହାକୁ ଚୀନ୍ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା ଭାବେ ବିବେଚନା କରାଯାଇଥାଏ ।
ତେବେ ଏସବୁ ମଧ୍ୟରେ ତାଇୱାନ୍ ପ୍ରସଙ୍ଗରେ ଜିନ୍ପିଙ୍ଗଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିବାଦ ଜଣାଇଛି ତାଇୱାନ୍ । ତାଇୱାନ କହିଛି, ଏହାର ସାର୍ବଭୌମତ୍ୱ, ଗଣତନ୍ତ୍ର ଏବଂ ସ୍ୱାଧୀନତାର ମୂଲ୍ୟ ଉପରେ କଦାପି ଆପୋଷ ବୁଝାମଣା କରିବ ନାହିଁ । ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍ ୱେନ୍ କହିଛନ୍ତି, ତାଇୱାନ୍ ନିଜ ସୀମା ସୁରକ୍ଷାକୁ ବେଶ୍ ପ୍ରାଥମିକତା ଦେଇଆସିଛି । ଜାତୀୟ ସୁରକ୍ଷା ଦଳ ସମସ୍ତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଭବିଷ୍ୟତରେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ତାଇୱାନ୍ କଦାପି ପଛାଇବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *