୨୩ରେ ଭାରତ-ପାକ୍ ମୁକାବିଲା ନେଇ ସନେ୍ଦହ
ନୂଆଦିଲ୍ଲୀ, ୧୬ା୧୦: ଅଷ୍ଟ୍୍େରଲିଆରେ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ୱକପ୍ । ଏଥର ଅଷ୍ଟ୍ରେଲିଆର ୭ ସହରରେ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବା ବେଳେ ଅକ୍ଟୋବର ୨୩କୁ ଭାରତବାସୀ ଅପେକ୍ଷା କରିଛନ୍ତି । ସେଦିନ ୧.୩୦ରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ମ୍ୟାଚ ସହ ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ଯାତ୍ରା ଆରମ୍ଭ ହେବ । ହେଲେ ଉକ୍ତ ମ୍ୟାଚ୍ ନ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପଛରେ ମେଲବର୍ଣ୍ଣର ପାଣିପାଗ ରହିଛି ।
ଅକ୍ଟୋବର ୨୩ରେ ମେଲବର୍ଣ୍ଣରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ବାଧା ସୃଷ୍ଟି କରିବାର ସମ୍ଭାବନା ଥିବାରୁ ମ୍ୟାଚ୍ ନେଇ ସନେ୍ଦହ ପ୍ରକାଶ ପାଇଛି । ଏହି ଖବର ଉଭୟ ଟିମ୍ର ପ୍ରଶଂସକଙ୍କୁ ନିରାଶ କରିଛି । ପାଣିପାଗ ଡଟ୍ କମ୍ର ଆକଳନ ଅନୁଯାୟୀ, ମେଲବର୍ଣ୍ଣରେ ଅକ୍ଟୋବର ୨୩ରେ ପ୍ରବଳ ବର୍ଷା ହେବ ଓ ମେଲବର୍ଣ୍ଣରେ ତାପମାତ୍ରା ୧୮ଡିଗ୍ରୀ ରହିବା ସହ ବର୍ଷା ହେବାର ସମ୍ଭାବନା ୭୦ପ୍ରତିଶତ ରହିଛି । ୬ ମିମି ବର୍ଷା ଓ ପବନ ହେବାର ଆକଳନ କରାଯାଇଛି । ରାତିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏ ଦୃଷ୍ଟିରୁ ମ୍ୟାଚ୍ ହେବା ନେଇ ଅନିଶ୍ଚିତତା ରହିଛି । ହେଲେ ଏ ବାବଦେରେ ଆୟୋଜକଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ ।