ପୁଣି ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା

ଶୋପିଆନ୍ (ଏଜେନ୍ସି): କିଛି ଦିନର ବିରତି ପରେ ପୁଣିଥରେ ଜମ୍ମୁ କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ସାମ୍ନାକୁ ଆସିଛି । ଶନିବାର କାଶ୍ମୀର ଘାଟିରେ ଆଉ ଜଣେ ପଣ୍ଡିତଙ୍କୁ ହତ୍ୟା କରାଯାଇଛି । ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ବସବାସ କରୁଥିବା ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁତର ଅବସ୍ଥାରେ ପଣ୍ଡିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ । ତେବେ କାଶ୍ମୀର ଘାଟିରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଥିବା ଆତଙ୍କୀ ସଂଗଠନ କେଏଫ୍ଏଫ୍ ନିଜକୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରିଥିବା ଦକ୍ଷିଣ କାଶ୍ମୀର ଡିଆଜି ସୁଜିତ୍ କୁମାର କହିଛନ୍ତି ।
ଶୋପିଆନ୍ରେ ଚୌଧରୀ ଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ପୁରଣ କୃଷ୍ଣ ଭଟ୍ଟଙ୍କୁ ଗୁଳିମାଡ଼ କରିଥିଲେ ଏବଂ ଫେରାର ହୋଇଯାଇଥିଲେ । ପୁରଣ କୃଷ୍ଣ ଆଜି ସକାଳ ୧୧ଟା ସମୟରେ ନିଜ ଘର ବାହାରେ ଛିଡା ହୋଇଥିବା ବେଳେ ପଛପଟୁ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚô ଉକ୍ତ ଅଞ୍ଚଳକୁ ଘେରାଉ କରିଛନ୍ତିୟ ତଲାସି ଅଭିଯାନ ଜାରି ରଖିଛନ୍ତି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା କୌଣସି ଆତଙ୍କବାଦୀଙ୍କ ଠାବ ମିଳିପାରିନାହିଁ । ପ୍ରକାଶ, ପୁରଣ କୃଷ୍ଣଙ୍କ ପରିବାରରେ ତାଙ୍କ ପତ୍ନୀ, ମା’ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଝିଅ ୭ମ ଶ୍ରେଣୀ ଓ ପୁଅ ୫ମ ଶ୍ରେଣୀରେ ପଢ଼ୁଥିବା ବେଳେ ପୁରଣ ଏଠାରେ ଜଣେ ବ୍ୟବସାୟୀ ଭାବେ ନିଜର ବ୍ୟବସାୟ ଚଳାଉଥିଲେ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଘାଟିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉପରାଜ୍ୟପାଳ ମନୋଜ ସିହ୍ନ୍ା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
୯ଠ ଦଶକରୁ କାଶ୍ମୀର ପଣ୍ଡିତଙ୍କ ଉପରେ ଏପ୍ରକାର ଅତ୍ୟାଚାର ହୋଇଆସୁଛି । କାଶ୍ମୀରକୁ ସମ୍ପୂର୍ଣ୍ଣ ଇସଲାମିକ୍ ଅଞ୍ଚଳରେ ପରିଣତ କରିବା ଦିଗରେ ସ୍ଥାନୀୟ ଉଗ୍ରବାଦୀ ନୀରିହ ହିନ୍ଦୁ, କାଶ୍ମୀରୀ ପଣ୍ଡିତ ତଥା ବାହାର ରାଜ୍ୟରୁ ଆସି ଏଠାରେ ବସବାସ କରୁଥିବା ନାଗରିକଙ୍କୁ ଟାର୍ଗେଟ୍ କରି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଗତ ୯ ମାସ ମଧ୍ୟରେ କାଶ୍ମୀର ଘାଟିରେ ପ୍ରାୟ ୨୮ଜଣ ହତ୍ୟାର ଶିକାର ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *