ସିଏବି ନିର୍ବାଚନ ଲଢ଼ିବେ ଦାଦା

ମୁମ୍ବାଇ, ୧୫ା୧୦ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ନୂଆ ସଭାପତି ମିଳିବା ସ୍ପଷ୍ଟ ହୋଇଯାଇଛି । ଅକ୍ଟୋବର ୧୮ରେ ଏହାର ଘୋଷଣା କରାଯିବ । ସୌରଭ ଗାଙ୍ଗୁଲି ଏଥର ବିସିସିଆଇ ସଭାପତି ନିର୍ବାଚନା ଲଢ଼ିବେ ନାହିଁ । ଏପରିସ୍ଥଳେ କ୍ରିକେଟ୍ ମହଲରେ ଚର୍ଚ୍ଚା ହେଉଛି ଯେ ଗାଙ୍ଗୁଲି ଆଇସିସିରେ ସଭାପତି ପଦବୀ ପାଇଁ ଆବେଦନ କରିପାରନ୍ତି । ଇତ୍ୟବସରେ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି ।
ଏକ ନୁ୍ୟଜ୍ ଏଜେନ୍ସି ଅନୁଯାୟୀ, ବିସିସିଆଇ ସଭାପତି ପଦବୀରୁ ହଟିବା ପରେ ଗାଙ୍ଗୁଲି ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ (ସିଏବି)ରେ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ିବେ । ବିସିସିଆଇ ସଭାପତି ଭାବେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି । ଏହି ପଦବୀ ପାଇଁ ପୂର୍ବତନ କ୍ରିକେଟର୍ ରୋଜର ବିନ୍ନିଙ୍କ ନାମ ସର୍ବାଗ୍ରେ ରହିଛି । ଅନୁମାନ କରାଯାଉଛି ଯେ ସେ ନିଦ୍ୱନ୍ଦ୍ୱର୍ରେ ସଭାପତି ଭାବେ ନିର୍ବାଚିତ ହୋଇପାରନ୍ତି ।
ଗାଙ୍ଗୁଲି ପଶ୍ଚିମବଙ୍ଗର ନିବାସୀ ଏବଂ ସେ ପୂର୍ବରୁ ୨୦୧୫ରୁ ୨୦୧୯ ଯାଏଁ ବଙ୍ଗଳା କ୍ରିକେଟ୍ ଆସୋସିଏସନ୍ର ସଭାପତି ଥିଲେ । ଏହାପରେ ୨୦୧୯ରେ ସେ ବିସିସିଆଇ ସଭାପତି ହୋଇଥିଲେ । ଏବେ ସେ ପୁଣି ଥରେ ରାଜ୍ୟ କ୍ରିକେଟ୍ ସଂଘରେ ମୁଖ୍ୟ ପଦବୀ ପାଇଁ ଆବେଦନ କରିବେ । ଶନିବାର ସେ ଖୋଦ୍ ଏହା ସ୍ପଷ୍ଟ କରିଛନ୍ତି ।
ଗାଙ୍ଗୁଲି କହିଛନ୍ତି ଯେ ସେ ସିଏବି ନିର୍ବାଚନ ଲଢ଼ିବେ । ତାଙ୍କର ୨୨ରେ ନାମାଙ୍କନପତ୍ର ଦାଖଲ କରିବାର ଯୋଜନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *