୧ଠ୭ ବୁଥ୍ ଉତ୍ତେଜନାପ୍ରବଣ

ସରଗରମ ଧାମନଗର ରାଜନୀତି
ଭୁବନେଶ୍ୱର/ଭଦ୍ରକ (ବୁ୍ୟରୋ/ଆପ୍ର): ୨୦୨୪ ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନ ତାତି ସ୍ପଷ୍ଟ ବାରି ହୋଇପଡ଼ୁଛି । ନାମାଙ୍କନ ଭରିବା ପୂର୍ବରୁ ବିଜେଡିରେ ରାଜୁ ଦାସ ଓ ଅବନ୍ତୀ ଦାସଙ୍କ ମଧ୍ୟରେ ଅଙ୍କ ଛିଡ଼ି ନଥିବାବେଳେ ଦଳରେ ବିଦ୍ରୋହ ଦେଖାଦେଇଛି । ଧାମନଗରରେ ଚର୍ତୁମୁଖି ଲଢ଼େଇ ଜାରି ଥିବାବେଳେ ନିଜ ନିଜ ସମର୍ଥକଙ୍କ ସହ ୪ ପ୍ରାର୍ଥୀ ପ୍ରଅଚାର ଜାରି ରଖିଛନ୍ତି । ଅଞ୍ଚଳରେ ନିର୍ବାଚନୀ ଉଷ୍ଣତା ସ୍ପଷ୍ଟ ବାରି ହୋଇପଡ଼ୁଥିବାବେଳେ ରାଜନୀତି ସରଗରମ ହୋଇଛି । ଏହି ସ୍ଥିତିରେ ଧାମନଗରରେ ମୋଟ ୧୦୭ ବୁଥ୍ ଉତ୍ତେଜନା ପ୍ରବଣ ଥିବା ନିର୍ବାଚନ କମିଶନ କହିଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଧାମନଗର ଉପର୍ନିବାଚନ ପରିପ୍ରେକ୍ଷୀରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି । ଧାମନଗର ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୩୮୪୧୭ ଜଣ । ତନ୍ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୩୦୩୮ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୧୫୩୪୬ ଜଣ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩୩ ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪୬୫୬ ଜଣ, ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ସଂଖ୍ୟା ୭୨୦୬ ଜଣ ଓ ସର୍ଭିସ ଭୋଟରଙ୍କ ସଂଖ୍ୟା ୪୫୬ ଜଣ ବୋଲି କମିଶନ କହିଛନ୍ତି ।
ଧାମନଗରରେ ମୋଟ ୨୫୨ ବୁଥ୍ ଥିବାବେଳେ ଶତକଡ଼ା ୫୦ ଭାଗ ଅର୍ଥାତ ୧୨୬ ବୁଥ୍ରେ ୱେବ୍କାଷ୍ଟିଙ୍ଗ କରାଯିବା ପାଇଁ ସ୍ଥିର କରାଯାଇଛି । ଅବାଧ ଓ ସ୍ୱଚ୍ଛ ନିର୍ବାଚନ ଓ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଏଥର ଉପନିର୍ବାଚନ ପାଇଁ ୨୬ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ, ୪ କମ୍ପାନୀ କେନ୍ଦ୍ରୀୟ ପୋଲିସବଳ ଓ ୨୩ ପ୍ଲାଟୁନ୍ ରାଜ୍ୟ ପୋଲିସବଳ ନିୟୋଜିତ ହେବେ । ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ ଗୋଟି ବୁଥ୍ ମଧ୍ୟରୁ ୧୦୭ ବୁଥ୍କୁ ଉତ୍ତେଜନାପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ନିର୍ବାଚନରେ ଏମ୍୩ ଇଭିଏମ୍ ଓ ଭିଭିପ୍ୟାଟ୍ ବ୍ୟବହାର କରାଯିବ । ୮୦ ବର୍ଷରୁ ଊଦ୍ଧ୍ୱର୍ ଓ ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରାର୍ଥୀମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ସ୍ଥିର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।
ଏଥିସହ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୪୦ ଜଣ ତାରକା ପ୍ର·ରକ ମାଧ୍ୟମରେ ନିର୍ବାଚନ ପ୍ର·ର କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକ ମାଧ୍ୟମରେ ନିର୍ବାଚନ ପ୍ର·ର କରିପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ଏନେଇ ବିଜେଡି, ବିଜେପି ଓ କଂଗ୍ରେସ ନିଜର ଷ୍ଟାର ପ୍ରଚାରକ ଘୋଷଣା କରିଛନ୍ତି । ବିଜେଡିର ଏକ ନମ୍ବର ତାରକା କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିବେ । ତାଙ୍କ ବ୍ୟତୀତ ତାଲିକାରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ ରହିଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅଶୋକ ପଣ୍ଡା, ପ୍ରୀତିରଞ୍ଜନ ଘଡେଇ, ଅଶ୍ୱିନୀ ପାତ୍ର ଓ ରାଜେନ୍ଦ୍ର ଢୋଲକିଆ ଧାମନଗର ମଇଦାନକୁ ଓହ୍ଲାଇବେ ।
ସେହିପରି ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ୫ କେନ୍ଦ୍ରମନ୍ତ୍ରୀ । ପୀୟୂଷ ଗୋଏଲ ଓ ପ୍ରହଲ୍ଲାଦ ଯୋଶୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ । କଂଗ୍ରେସ ଷ୍ଟାର ପ୍ର·ରକ ଭାବେ ମଇଦାନକୁ ଓହ୍ଲାଇବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । କଂଗ୍ରେସର ୮ଜଣ ବିଧାୟକ ଧରିବେ ପ୍ର·ର ମଙ୍ଗ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *