ମାହେଶ୍ୱରୀଙ୍କ ହୁଣ୍ଡିଭାଙ୍ଗି ଚୋରି

ସାଇଣ୍ଟିଫିକ ଟିମ୍ର ଯାଞ୍ଚ ଆରମ୍ଭ
ଆଠମଲ୍ଲିକ (ଆପ୍ର): ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିର ଉତ୍ତର ଦ୍ୱାର କବାଟ ତାଡି ହୁଣ୍ଡୀକୁ ଭାଙ୍ଗି କେହି ଦୁର୍ବୃତ୍ତ ଗତ ଶୁକ୍ରବାର ରାତିରେ ଟଙ୍କାପଇସା ଅଳଙ୍କାର ଚୋରିକରି ନେଇଯାଇଥିବା ଜଣାଯାଇଛି । ଶନିବାର ସକାଳୁ ମନ୍ଦିର ସେବକ ସୁବ୍ରତ ବେହେରାମାଳି ମନ୍ଦିର ମୁଖ୍ୟଦ୍ୱାର ଖୋଲି ଭିତରେ ପ୍ରବେଶ କରିବାବେଳେ ଦାନହୁଣ୍ଡୀର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ମନ୍ଦିରର ଉତ୍ତରପାଶ୍ୱର୍ରେ ଥିବା କବାଟର ଶିକୁଳିକୁ ତାଡ଼ି ଦିଆଯାଇଥିବା ଦେଖିବାକୁ ପାଇଥିଲା । ସଙ୍ଗେସଙ୍ଗେ ସେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ନଗେନ ରାଉତଙ୍କୁ ଜଣାଇଥିବା ଜଣାଯାଇଛି । ଦାୟିତ୍ୱରେ ଥିବା ନଗେନ ଚୋରି ଘଟଣା ସମ୍ପର୍କ ରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖବର ପାଇ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତରଣୀ ସୁନା ମନ୍ଦିରରେ ପହଁଚି କବାଟ ତଡା ହୋଇଥିବା ଓ ଦାନହୁଣ୍ଡୀ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ପୁଲିସ ସହ ଆଲୋଚନା କରି ସାଇଣ୍ଟିଫିକ ଟିମ ଓ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କୁକୁର ଆଣି ତଦନ୍ତ କରିବାକୁ କହିଥିଲେ । ପରବର୍ତ୍ତୀ ସମୟରେ ମନ୍ଦିରରେ ସିସି ଟିଭି ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ମାହେଶ୍ୱରୀ ମନ୍ଦିରରୁ ଚୋରି ଘଟଣା ପ୍ର·ର ହେବାମାତ୍ରେ ମନ୍ଦିର ସମ୍ମୁଖରେ ବହୁ ଜନ ସମାଗମ ହୋଇଥିଲା । ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଦେବୋତ୍ତର କମିଟି ସଭ୍ୟ ତଥା ଓକିଲସଙ୍ଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ମନ୍ଦିରରେ ପହଞ୍ଚି ଚୋରି ଘଟଣା କୁ ତୀବ୍ର ନିନ୍ଦା କରିଛନ୍ତି । ସୂଚନା ଯୋଗ୍ୟ ଯେ ମା’ ମାହେଶ୍ୱରୀଙ୍କ ୧୧ ଭୁଜା ମୂର୍ତ୍ତି ୧୯୮୮ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ ଦୁର୍ବୁତ୍ତ ଚୋରି କରିନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *