ଇଡି ତଦନ୍ତ ପାଇଁ ପିଆଇଏଲ୍
ଅର୍ଚ୍ଚନା ନାଗ କେଳେଙ୍କାରୀ
କଟକ ୧୪ ।୧୦(ବୁ୍ୟରୋ): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀର ତଦନ୍ତ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଦ୍ୱାରା କରାଯିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଶୁକ୍ରବାର ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଏର କରାଯାଇଛି । ଅର୍ଚ୍ଚନା ନାଗର ବେଆଇନ ସମ୍ପତି ଯାଞ୍ଚ ପାଇଁ ଇଡିକୁ ନିଦେ୍ର୍ଦଶ ଦେବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଯୌନ କେଳେଙ୍କାରୀ, ଠକେଇଏ ଧମକ ଇତ୍ୟାଦି ମାମଲାରେ ଫସିଥିବା ଅର୍ଚ୍ଚନାଙ୍କ ନିମିତ୍ତ ଏହା ଆଉ ଏକ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି ।
ଆବେଦନକାରୀ ସୁବ୍ରତ ଦାଶ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ଅର୍ଚ୍ଚନା ନାଗ ପାଲରେ ବହୁ ରାଜନୈତିକ ନେତା, ବଡ଼ବଡ଼ିଆ ଅଫିସର, ବ୍ୟବସାୟୀ ଫସିଥିବା ଜଣାପଡ଼ିଛି । ଅର୍ଚ୍ଚନା ସେମାନଙ୍କ ସହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲା । ସେହି ଭିଡିଓକୁ ଦେଖାଇ ସେମାନଙ୍କୁ ବ୍ଲାକମେଲ କରି ବିପୁଳ ଅର୍ଥ ଆଦାୟ କରି ଚାଲିଥିଲା । ବଡ଼ବଡ଼ିଆଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ଆଲିସାନ ବଙ୍ଗଳାରେ ରହୁଥିଲା । ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ଆଉଜଣେ ତାକୁ ସହାୟତା କରୁଥିଲେ । ପ୍ରଭାବଶାଳୀ ଲୋକଙ୍କ ସଂପର୍କ ଥିବାରୁ କମିଶନରେଟ ପୁଲିସ୍ ଏହି ହାଇ ପ୍ରୋଫାଇଲ ସେକ୍ସ ସ୍କାଣ୍ଡାଲର ତଦନ୍ତ ଦିଗକୁ ବାଟବଣା କରୁଛି । ତେଣୁ ମାମଲାରେ କମିଶନରେଟ ପୁଲିସର ନିରପେକ୍ଷ ତଦନ୍ତ କରିବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏ ଦୃଷ୍ଟିରୁ ଅନୈତିକ ପନ୍ଥାରେ ଅର୍ଥ ରୋଜଗାର ଉପରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟଦ୍ୱାରା ତଦନ୍ତ କରାଯାଇ ତା’ ସମ୍ପତ୍ତିକୁ ସରକାରୀ ତହବିଲକୁ ନେବା କିମ୍ବା ବ୍ୟାଜ୍ୟାପ୍ତି କରିବା ପାଇଁ ମାମଲାରେ ପ୍ରାର୍ଥନା କରାଯାଇଛି । ଏଥିସହିତ ଅର୍ଚ୍ଚନା ସହ ଯେଉଁ ବ୍ୟକ୍ତିମାନେ ସମ୍ପର୍କରେ ଅଛନ୍ତି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ, ଭୁବନେଶ୍ୱସ୍ଥିତ ଇଡି ଯୁଗ୍ମ ନିଦେ୍ର୍ଦଶକ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ଆଇଆଇସିକୁ ପକ୍ଷଭୁକ୍ତ କରାଯାଇଛି ।