କର୍କଟ କେନ୍ଦ୍ରରେ ପେଟ୍ ସିଟି ସ୍କାନ୍ ସେବା
କଟକ (ବୁ୍ୟରୋ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ନୂତନ ଲିନାକ ବିଲ୍ଡିଂ ଜି+୬କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପେଟ୍ ସିଟିସ୍କାନ ଜଟିଳ କର୍କଟ ରୋଗର ନିରୂପଣ କ୍ଷେତ୍ରରେ ଯଥେଷ୍ୟ ସହାୟକ ହେବ । କର୍କଟ କେନ୍ଦ୍ରରେ ଏହି ସେବା ମାଗଣାରେ ପ୍ରଦାନ କରାଯିବ । ଏହି ସୁବିଧା ସରକାରୀ ଡାକ୍ତରଖାନାରେ ପ୍ରଥମକରି ଆରମ୍ଭ ହୋଇଛି । ଉକ୍ତ ମେସିନ୍ ବ୍ୟତିତ ରୋଗ ନିରାକରଣ ଏବଂ ଚିକିସôାର ବିକଶିତ ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଆଇସିୟ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିପାଇଁ ଆଉ ୨୦ ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯାଇଛି । ଏତଦ୍ଭିନ୍ନ ଆନ୍ତଃ ବିଭାଗର ଶଯ୍ୟା ସଂଖ୍ୟା ୨୮୧ରୁ ୫୦୭କୁ ବୃଦ୍ଧି କରାଯାଇଛି । କର୍କଟ ଚିିକିସôା ଏବଂ ପରିଚାଳନାରେ ଏହି ସୁବିଧା ଅତ୍ୟନ୍ତ ସହାୟକ ହେବ । ରୋଗୀମାନେ ଆଉ ଚଟଣାରେ ନ ରହି ଶଯ୍ୟା ପାଇ ପାରିବେ । କର୍କଟ ଚିକିସôା ପ୍ରକ୍ରିୟା ଦୀର୍ଘ ସମୟ ନେଇଥାଏ । ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ରୋଗୀମାନଙ୍କୁ ସହାନୁଭୂତି ପ୍ରଦର୍ଶନ ସହ ଚିକିସôା କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।
କର୍କଟ ରୋଗ ଲାଗି ଶିକ୍ଷା, ଅନୁସନ୍ଧାନ ଏବଂ ଚିକିସôା ନିମିତ୍ତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଏକ ପ୍ରମୁଖ କେନ୍ଦ୍ର । ଏହାକୁ ଦେଶର ସର୍ବୋତ୍ତମ କର୍କଟ ଚିିକିସôା ପ୍ରତିଷ୍ଠାନରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ରାଜ୍ୟରେ କର୍କଟ ସେବାକୁ ମଜବୁତ କରିବା ଲାଗି ୧୦ ଜିଲ୍ଲାରେ କର୍କଟ ଚିକିସôା ୟୁନିଟକୁ ଅନୁମୋଦନ ଦିଆଯାଇଛି । ବରଗଡ ଏବଂ ଝାରସୁଗୁଡାରେ କର୍କଟ ଡାକ୍ତରଖାନା ସ୍ଥାପନ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ସ୍ତରରେ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ସ୍ଥାପନ କରିବା ଲାଗି ବ୍ୟବସ୍ଥା ହୋଇଛି । ଏସବୁ ପଦକ୍ଷେପ ଓଡିଶାକୁ ପୂର୍ବାଞ୍ଚଳରେ ପ୍ରମୁଖ କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ, ସ୍ୱାସ୍ଥ୍ୟସେବାରେ ନୂତନ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି ସରକାର ପ୍ରତିବଦ୍ଧ । ୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବା ବେଳେ କର୍କଟ କେନ୍ଦ୍ର ନିଦେ୍ର୍ଦଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଡେପୁଟି ମେୟର ଦମୟନ୍ତୀ ମାଝୀ, ପ୍ରଫେସର ଡା. ସୁରେନ୍ଦ୍ର ନାଥ ସେନାପତି, ପ୍ରଫେସର ପଦ୍ମାଳୟା ଦେବୀ, ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ସହ ବିଭିନ୍ନ ବିଭାଗର ପ୍ରଫେସର, ଡାକ୍ତର ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ ।