ବିଦେଶରେ ପରଷାଯିବ ଓଡ଼ିଶା ମିଲେଟ୍

ଭୁବନେଶ୍ୱର (ବୁ୍ୟରୋ): ପ୍ୟାରିସରେ ବିଦେଶୀ ଚାଖିବେ ଓଡ଼ିଶା ମିଲେଟ୍ । ୫ ପ୍ରକାର ମାଣ୍ଡିଆ ବିସ୍କୁଟ, ମିକ୍ସଚର, ଲଡୁ, କୁରମା ଓ କେକ୍ ପ୍ରଦର୍ଶନ କରିବା ପାଇଁ ମିଶନ ଶକ୍ତି ମା’ଙ୍କୁ ଚୟନ କରାଯାଇଛି । ସେହିପରି ମାଣ୍ଡିଆ ଛତୁଆ, ମାଣ୍ଡିଆ ଅଟା, ଯଅ ଅଟା ଓ ବାଜରା ଅଟା ବି ଘରକୁ ନେବାର ସୁଯୋଗ ପାଇବେ ବିଭିନ୍ନ ଦେଶର ପ୍ରତିନିଧି । ଅକ୍ଟୋବର ୧୫ରୁ ୧୯ ଯାଏ ପ୍ୟାରିସରେ ହେବାକୁ ଥିବା ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ସିଆଲ-୨୦୨୨ରେ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଦର୍ଶିତ କରିବେ ।
ଏଥିସହ ରାଗି ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟ ବି ସିଟି ଅଫ୍ ଲଭର ପ୍ରମୁଖ ଆକର୍ଷଣ ପାଲଟିବ । ରାଜ୍ୟର ଏମଏସଏମଇ ବିଭାଗ ପକ୍ଷରୁ ପ୍ୟାରିସରେ ଓଡ଼ିଶା ମିଲେଟର ପ୍ରଦର୍ଶନୀ ପାଇଁ ଷ୍ଟଲର ବ୍ୟବସ୍ଥା କରାଯିବ । ବିଶ୍ୱରୁ ଆସିଥିବା ୧୦୩ ଦେଶର ପ୍ରତିନିଧିଙ୍କ ଭିତରୁ ଓଡ଼ିଶା ଏସଏଚଜି ମହିଳାମାନେ ମିଲେଟ ପ୍ରଦର୍ଶନ କରିବା ସହ ଲୋକଙ୍କୁ ମିଲେଟ ସମ୍ପର୍କରେ ବୁଝାଇବେ । ଭଲ ଭାବେ ଇଂରାଜୀରେ ବୁଝାଇବା ପାଇଁ ଅନୁବାଦକଙ୍କ ବି ବ୍ୟବସ୍ଥା ହେବା ନେଇ ସୂଚନା ରହିଛି । ଏଥିରେ ଭୁବନେଶ୍ୱରର ଶକ୍ତିମୟୀ ଫାଉଣ୍ଡେସନର ଦୁଇ ଜଣ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜି ଓ ଗଞ୍ଜାମର ମା’ ରାଇମାଳି ଏସଏଚଜିର ଜଣେ ଲେଖାଏ ମହିଳା ଯୋଗଦେବେ ବୋଲି ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *