ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଓଆର୍ଏଚ୍ଡିସି ଋଣ ଦୁର୍ନୀତି ମାମଲା
କଟକ (ବୁ୍ୟରୋ): ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚ୍ଡିସି) ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ମୋକିମ କରିଥିବା ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ । ଗତ ୧୦ ତାରିଖରେ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ସେ ଜାମିନ ପାଇ ପାରିବେ ବୋଲି ସର୍ତ୍ତ ରଖିଥିଲେ ହାଇକୋର୍ଟ ।
ସେହିପରି ଜରିମାନା ଆଦାୟ ଉପରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ସେଦିନ ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମାଗିଥିବା ବେଳେ ଗୁରୁବାର ମାମଲାର ଶୁଣାଣି ହୋଇଥିଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ନେଇ ଉଭୟ ପକ୍ଷଙ୍କ ଯୁୁକ୍ତି ଶୁଣିବା ପରେ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ । ସୂଚନା ଯୋଗ୍ୟ, ଓଆରଏଚ୍ଡିସି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ପିଟିସନ ରୁଜୁ କରିଥିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *