ଦନ୍ତା ଆକ୍ରମଣରେ ୬ ବନ କର୍ମଚାରୀ ଘାଇଲା, ଗାଡ଼ି ଚୁରମାର

ନୀଳଗିରି(ଆପ୍ର): ଦନ୍ତାହାତୀକୁ ଘଉଡାଇବାକୁ ଯାଇଥିବା ବନ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି । ଦନ୍ତା ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୬ କର୍ମଚାରୀ ଆହତ ହେବା ସହିତ ବନବିଭାଗର ପାଟ୍ରୋଲିଂ ଜିପ୍ ଚୁରମାର ହୋଇଯାଇଛି ।
ବାଲେଶ୍ୱର ଜିଲ୍ଲା କୁଲଡିହା ବନ ବିଭାଗ ଅଧୀନ ଖୁମକୁଟ ନିକଟରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଖୁମକୁଟ ନିକଟରେ ଏକ ଦନ୍ତାହାତୀ ଉପଦ୍ରବ ମ·ଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଖବର ପାଇ ବନ ବିଭାଗ କର୍ମ·ରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ଦନ୍ତା ହାବୁଡ଼ରୁ ବନ କର୍ମ·ରୀମାନେ ବର୍ତ୍ତି ପାରି ନ ଥିଲେ । ସେମାନେ ଘଉଡ଼ାଇବାକୁ ପ୍ରୟାସ ଚଳାଇଥିବା ସମୟରେ ଦନ୍ତାହାତୀ ଝପଟି ଆସି ସେମାନଙ୍କୁ ଆକ୍ରମଣ କରିଥିଲା । ଏହାର ଉଗ୍ର ରୂପ ଦେଖି କର୍ମଚାରୀମାନେ ଜୀବନ ବିକଳରେ ଜିପ୍ ଭିତରେ ପଶିଯାଇଥିଲେ । ଡ୍ରାଇଭର୍ ଗାଡ଼ିକୁ ନେଇ ପଳାଇବା ଲାଗି ଉଦ୍ୟମ କରୁଥିବା ସମୟରେ ଦନ୍ତାହାତୀ ଗାଡ଼ି ଉପରେ ରାଗ ଶୁଝାଇଥିଲା । ଉନ୍ମତ୍ତ ଦନ୍ତା ଗାଡ଼ିକୁ ଥୋରରେ ଭାଙ୍ଗି ଦେଇଥିଲା । ସେ ସମୟରେ ଗାଡ଼ି ଭିତରେ ୬ ଜଣ କର୍ମ·ରୀ ଆହତ ହୋଇଥିଲେ ବି ବର୍ତ୍ତି ଯାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *