ଯାଞ୍ଚ୍ କମିଟି ଗଠନ କଲା କେନ୍ଦ୍ର

ଜୀବନ ନାଶକାରୀ କଫ୍ ସିରପ୍
ନୂଆଦିଲ୍ଲୀ (ଏଜେନ୍ସି): ହରିଆଣାରେ ଉତ୍ପାଦିତ କଫ୍ ସିରଫ ଖାଇ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ଅନୁ୍ୟନ ୬୬ ଶିଶୁଙ୍କ ମୃତୁ୍ୟ ଘଟିବା ଓ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚ୍ଓ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ଦିଆଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋନିପତସ୍ଥିତ ମେଡେନ୍ ଫାର୍ମାସୁ୍ୟଟିକାଲ୍ସର ଉତ୍ପାଦନ ବନ୍ଦ ନିମିତ୍ତ ହରିଆଣା ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏଥିସହିତ ଡବ୍ଲୁ୍ୟଏଚ୍ଓ ରିପୋର୍ଟକୁ ଯାଞ୍ଚ କରିବା ନିମିତ୍ତ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ଜାତୀୟ ଭେଷଜ ସ୍ଥାୟୀ କମିଟିର ଉପମୁଖ୍ୟ ଡା. ୱାଇକେ ଗୁପ୍ତାଙ୍କ ଅଧ୍ୟତାରେ ଗଠିତ କମିଟିରେ ପୁନା ସ୍ଥିତ ଆଇସିଏମ୍ଆର୍ର ଡା. ପ୍ରଜ୍ଞା ଡି ଯାଦବ, ଏପିଡେମୋଲୋଜିଷ୍ଟ ଡା. ଆରତୀ ଭାଲ ଓ ଜେଡିସି(୧) ଏକେ ପ୍ରଧାନ ସଭ୍ୟ ରହିଛନ୍ତି । ଉକ୍ତ କମିଟି ରିପୋର୍ଟରେ ଥିବା ତଥ୍ୟ ପରୀକ୍ଷା ନିରୀକ୍ଷା କରିବା ପରେ କାର୍ଯ୍ୟପନ୍ଥା ଗ୍ରହର ନିମିତ୍ତ ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ (ଡିସିଜିଆଇ)ଙ୍କୁ ସୁପାରିା କରିବ ।
ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍ ଗଣମାଧ୍ୟମକୁ ସୂଚନା, ଦେଇ କହିଛନ୍ତି ଯେ ଯାଞ୍ଚ ଦ୍ୱାରା ମେଡେନ୍ ଫାର୍ମାସୁ୍ୟଟିକାଲ୍ସ ପକ୍ଷରୁ ଗୁରୁତର ତ୍ରୁଟିବିଚୁ୍ୟତି କରାଯାଇଥିବା ନଜରକୁ ଆସିଛି । କେନ୍ଦ୍ର ଓ ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରଣ ପ୍ରତିଷ୍ଠାନ ପକ୍ଷରୁ କମ୍ପାନୀର ଉତ୍ପାଦନ କେନ୍ଦ୍ର, ଅଫିସ୍ ଉପରେ ଚଢାଉ କରାଯାଇଥିଲା । କମ୍ପାନୀ କର୍ତ୍ତୃପକ୍ଷ କାଗଜପତ୍ର ଦେଖାଇ ପାରି ନ ଥିଲେ । ପ୍ରାୟ ୧୨ଟି ତ୍ରୁଟି ବିଚୁ୍ୟତି ଧରାପଡ଼ିଥିଲା । ସ୍ୱାସ୍ଥ୍ୟପ୍ରତି ବିପଜ୍ଜନକ ବିବେଚିତ ପ୍ରପିଲେନ୍ ଗ୍ଲାଇକଲ, ସର୍ବିଟାଲ ସଲୁ୍ୟସନ୍ ଓ ସୋଡିୟମ୍ ମିଥାଇଲ୍ ପାରାଜେନ୍ ଭଳି କେମିକାଲଗୁଡିକର ବ୍ୟାଚ୍ ନମ୍ବର ଲେଖାଯାଇ ନଥିଲା । ସେହିପରି ଏସବୁର ବ୍ୟବହାର ପୂର୍ବରୁ ଏହାର କ୍ଷତିକାରକ ଗୁଣଗୁଡିକ ଠିକ୍ ରୂପେ ଯାଞ୍ଚ କରାଯାଇ ନଥିବା ଜଣାପଡ଼ିଛି । ପ୍ରମିଆଜାଇନ୍, ମାକ୍ଗ୍ରିପ ଏନ୍ କୋଲଡ, କୋଫେକ୍ସି ମାଲିନ୍ ଓ ମେକ୍ଅଫ୍ ବେବି ସିରପ ଶିଶୁଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇଛି । ଡିଥେଲିନ୍ ଗ୍ଲାଇକେଲ୍ ଏବଂ ଏଥିଲିନ୍ ଗ୍ଲାଇକୋଲ୍ ଭଳି ରାସାୟନିକ ଦ୍ରବ୍ୟ ଦ୍ୱାରା ଏହି କପ୍ସିରପ୍ ପ୍ରସ୍ତୁତ ହୋଇଛି । କିନ୍ତୁ ଏହାର ବିଷାକ୍ତ ଗୁଣଗୁଡିକୁ ଅଣଦେଖା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍ କହିଛନ୍ତି । ଆହୁରି ମଧ୍ୟ କଫ୍ ସିରପଗୁଡିକୁ କୋଲକାତା ସେଣ୍ଟ୍ରାଲ ଲାବ୍କୁ ପଠାଯାଇଛି । ପରୀକ୍ଷା ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଭିନ୍ କହିଛନ୍ତି । ମେଡେନ୍ ଦ୍ୱାରା ପ୍ରସ୍ତୁତ ଉକ୍ତ କଫ୍ ସିରପ ଖାଇ ପଶ୍ଚିମ ଆଫ୍ରିକୀୟ ଦେଶ ନାମ୍ବିଆରେ ୬୬ ଶିଶୁଙ୍କ ମୃତୁ୍ୟ ଘଟିବା ପରେ ଆନ୍ତର୍ଜାତିକ ସ୍ତରରେ ହୋହାଲ୍ଲା ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଡବ୍ଲୁ୍ୟଏଚ୍ଓ ପକ୍ଷରୁ କଫ୍ ସିରପ୍ଗୁଡିକ ପରୀକ୍ଷା କରାଯାଇ ଏହା ଶିଶୁଙ୍କ କିଡ୍ନୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ କରୁଥିବା ଜଣାପଡ଼ିଥିଲା । ଏ ସମ୍ପର୍କରେ ଭାରତର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସରକାର ନୀରବ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *