ଜନ୍ମ ଓ ମୃତୁ୍ୟ ପଞ୍ଜୀକରଣ ଅଫିସ୍ ସ୍ଥାନାନ୍ତର ନ ହେଉ

ପୌରପାଳିକା ପ୍ରତି ପ୍ରଶାସନର ବୈମାତୃକ ମନୋଭାବ
ଆନନ୍ଦପୁର (ଆପ୍ର): ଆନନ୍ଦପୁର ପୌରପାଳିକା ପ୍ରତି ଜିଲ୍ଲା ପ୍ରଶାସନର ଅବହେଳା ଓ ବୈମାତୃକ ମନୋଭାବ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି । ନିର୍ବାଚିତ ପ୍ରତିନିଧିମାନେ କେନ୍ଦୁଝର ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କୁ ସାକ୍ଷାତ କରିପାରି ନଥିଲେ ।
ଅଭିଯୋଗ ଅନୁଯାୟୀ ଆନନ୍ଦପୁର ପୌରପାଳିକାରେ ବିଭିନ୍ନ ବିଭାଗରେ କର୍ମଚାରୀଙ୍କ ଅଭାବ, ବଦଳି ହୋଇଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀଙ୍କ ଯୋଗଦାନ, ଅବସର ହୋଇଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ନିଯୁକ୍ତି ଦାବି ନେଇ ବିଜେଡି ଓ ବିଜେପିର ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି । ଆନନ୍ଦପୁର ପୌରପାଳିକାରୁ ଜନ୍ମ ଓ ମୃତୁ୍ୟ ପଞ୍ଜିକରଣ ସାର୍ଟିଫିକେଟ ପାଇଁ ନିର୍ଭର କରୁଥିବା ଆନନ୍ଦପୁର ବ୍ଲକ୍ର ୧୮ ପଞ୍ଚାୟତ ଓ ପୌରପରିଷଦର ୧୬ଟି ୱାର୍ଡର ଜନସାଧାରଣ ସୁବିଧା ପାଉଥିବା ବେଳେ ଏହି ବିଭାଗକୁ ଘଷିପୁରା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ପାଇଁ ପୌରପାଳିକାକୁ ନିଦେ୍ର୍ଦଶ ମିଳିଛି । ହେଲେ ଏହି ବିଭାଗକୁ ସ୍ଥାନାନ୍ତର ନ କରିବା ପାଇଁ ପ୍ରତିନିଧିମାନେ ଦାବି କରିଛନ୍ତି । ପଦକ୍ଷେପ ଗ୍ରହଣ କରାନଗଲେ ଆନେ୍ଦାଳନ ତୀବ୍ରତର ହେବ ବୋଲି ଧାରଣା ଦେଇଥିବା ଜନ ପ୍ରତିନିଧିମାନେ ଚେତେେଇ ଦେଇଛନ୍ତି । ଆନେ୍ଦାଳନରେ ଉପ-ନଗରପାଳ ଦୁର୍ଗା ଚରଣ ଦଳେଇ, କାଉନ୍ସିଲର କୃଷ୍ଣଚନ୍ଦ୍ର ରଣା, ସନତ କର, ଜୟନ୍ତୀ ବେହାରା, ସୁପ୍ରିୟା ମିଶ୍ର, ରଶ୍ମିତା ବାରି, ସୁରେନ୍ଦ୍ର ଦାସ, ସମ୍ବିତ କୁମାର ଦାସ, ଲକ୍ଷ୍ମୀଧର ଦେହୁରୀ, ଜ୍ୟୋସ୍ନାରାଣୀ ଖୁଣ୍ଟିଆଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *