ମହିଳା ବିଶ୍ୱକପ୍ ଆରମ୍ଭ

ଭୁବନେଶ୍ୱର, ୧୧ା୧୦ (ବୁ୍ୟରୋ): ସବୁ ଉକ୍ରଣ୍ଠାର ଅନ୍ତ ଘଟାଇ ମଙ୍ଗଳବାର ଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ । ଏହା ସହିତ କଳିଙ୍ଗ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ହକି ପରେ ଫୁଟ୍ବଲ୍ ମହାକୁମ୍ଭ (ବୟସ-ବର୍ଗ) ବି ଏଠାରେ ଆୟୋଜିତ ହେଉଛି ।
ଉଦ୍ଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଫିଫା ମହାସଚିବ ଫାତମା ସାମୌରା, ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଥମ ଦିନ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଅପରାହ୍ଣରେ ବ୍ରାଜିଲ୍ ଓ ମରକ୍କୋ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ବ୍ରାଜିଲ୍ ୧-୦ରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଟିମ୍ ଆମେରିକା ବିପକ୍ଷରେ ଖେଳିଥିଲା । ଏଥିରେ ଭାରତ ୦-୮ରେ ଗୋଲ୍ରେ ଆମେରିକା ଠାରୁ ହାରିଯାଇଥିଲା । ଭୁବନେଶ୍ୱର ଛଡ଼ା ଗୋଆ ଓ ନଭି ମୁମ୍ବାଇ ଠାରେ ମଧ୍ୟ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରାଯାଉଛି ।
ସନ୍ଧ୍ୟା ୮ଟାରେ ଆରମ୍ଭ ହୋଇଥିଲା ଭାରତ-ଆମେରିକା ମ୍ୟାଚ୍ । ଶକ୍ତିଶାଳୀ ଆମେରିକୀୟ ଟିମ୍ ମ୍ୟାଚ୍ର ନବମ ମିନିଟ୍ରେହିଁ ଖାତା ଖୋଲିଥିଲା । ଏହାପରେ ଏହି ଧାରା ଜାରି ରହିଥିଲା । ଆମେରିକା ପ୍ରଥମାର୍ଦ୍ଧରେ ପାଞ୍ଚ ଗୋଲ୍ ଓ ଦ୍ୱିତୀୟାର୍ଦ୍ଧରେ ତିନି ଗୋଲ୍ ଦେଇଥିଲା । ମେଲିନା ରେବିମ୍ବାସ୍ ଦୁଇଟି ଗୋଲ୍ ଦେଇଥିଲେ । ତେବେ ଭାରତ ପକ୍ଷରୁ କୌଣସି ଖେଳାଳି ଗୋଲ୍ କରିବାରେ ସକ୍ଷମ ହୋଇ ନ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *