ଭେନେଜୁଏଲାରେ ଭୂସ୍ଖଳନ, ୨୨ ମୃତ

ୱାଶିଂଟନ୍ (ଏଜେନ୍ସି): ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଲଗାଣ ବର୍ଷା କାରଣରୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ବର୍ଷା କାରଣରୁ ଭେନେଜୁଏଲାରେ ଏକ ଭୟାବହ ଭୂସ୍ଖଳନ ସଂଘଠିତ ହୋଇଥିବା ଏବଂ ଏଥିରେ ୨୨ଜଣଙ୍କ ମୃତୁ୍ୟ ହେବା ସହ ପ୍ରାୟ ୫୨ରୁ ଅଧିକ ନିଖୋଜ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ପ୍ରବଳ ବର୍ଷା ପାଇଁ ଭେନେଜୁଏଲାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀ ଅବବାହିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ଆଶଙ୍କା କରାଯାଉଛି । ଇତି ମଧ୍ୟରେ ତେଜେରିଆସ୍ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ପ୍ରକାଶ, ଗତ କିଛି ଦିନ ହେବ ଭେନେଜୁଏଲାରେ ପ୍ରବଳ ବର୍ଷା ଜାରି ରହିଛି । ଭେନେଜୁଏଲା ଉପରାଷ୍ଟ୍ରପତି ଡେଲ୍ସି ରଡ୍ରିଗୁଏଜ୍ ଏନେଇ ସୂଚନା ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ କହିବାନୁସାରେ ସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାରକାରୀ ଦଳଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିଦେ୍ର୍ଦଶ ଜାରି କରାଯାଇଛି । ସେନାକୁ ମଧ୍ୟ ନିୟୋଜିତ କରାଯାଇଛି ଉଦ୍ଧାର କାର୍ଯ୍ୟରେ । ଭୂସ୍ଖଳନ ଯୋଗୁଁ ଘରବାଡ଼ି ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ନଷ୍ଟ ହୋଇଯାଇଛି । ପାହାଡ ଉପରୁ ମାଟି ଅତଡା ଖସି ଘରଦ୍ୱାର, ଗାଡ଼ିମଟର ସବୁ ମାଟି ତଳେ ପୋତି ହୋଇଯାଇଛି । ରାସ୍ତାରେ ବଡ ବଡ ଗଛ ଉପୁଡି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ରାଷ୍ଟ୍ରପତି ନିକୋଲାସ୍ ମାଡୁରୋ ମଧ୍ୟ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ପୀଡ଼ିତଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *