ୟୁପିରେ ଭୟାବହ ବନ୍ୟା ସ୍ଥିତି

୨୪ ଘଣ୍ଟାରେ ୯ ମୃତ, ମୃତୁ୍ୟ ସଂଖ୍ୟା ୩୪ ଛୁଇଁଲା
ଲକ୍ଷ୍ନୌ (ଏଜେନ୍ସି): ଲଗାଣ ବର୍ଷା କାରଣରୁ ଉତ୍ତରପ୍ରଦେଶରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ସୂତ୍ର ଅନୁସାରେ ଲଗାଣ ବର୍ଷାଜନିତ ଘଟିଯାଇଥିବା ଏକାଧିକ ଦୁର୍ଭାଗ୍ୟଜନକ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୪ଜଣଙ୍କ ମୃତୁ୍ୟ ହୋଇସାରିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୯ଜଣଙ୍କ ମୃତୁ୍ୟ ହୋଇଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି ।
ପାଣିପାଗ ବିଭାଗ ପକ୍ଷରୁ ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ ଜାରି କରାଯାଇଛି । ଫଳରେ ରାଜ୍ୟ ସରକାର ରାଜ୍ୟର ସବୁ ସ୍କୁଲଗୁଡ଼ିକୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । ଏତଦ୍ବ୍ୟତୀତ ସ୍ୱାସ୍ଥ୍ୟ ସେବା, ମେଡିକାଲ କଲେଜ, ଅନୁଷ୍ଠାନ, ଡାକ୍ତରଖାନା, ସିଏମଓ, ଡାକ୍ତର ଏବଂ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ ରହିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟିକୁ ଜରୁରି ପରିସ୍ଥିତି ଅନ୍ତର୍ଗତ ବାତିଲ କରାଯିବା ସହ ଡୁ୍ୟଟିରେ ଯୋଗଦେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତି ଅନୁଧ୍ୟାନ ପୂର୍ବକ ଉପରୋକ୍ତ ନିଦେ୍ର୍ଦଶ ଜାରି କରିଛନ୍ତି ।
ପ୍ରାପ୍ତ ସୂଚନାନୁସାରେ ପାଣିପାଗ ବିଭାଗ ପକ୍ଷରୁ ଲକ୍ଷ୍ନୌ, ମିରଟ, ଆଲିଗଡ଼, ହାଥରସ, ମଥୁରା, କାଂଶୀରମନଗର, ସମେତ ୪ଠରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବନ୍ୟା ପୀଡିତଙ୍କ ନିକଟରେ ତୁରନ୍ତ ରିଲିଫ୍ ପହଞ୍ଚାଇବା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ କୁହାଯାଇଛି । ପ୍ରକାଶ, ଗତ ୨୪ଘଣ୍ଟା ମଧ୍ୟରେ କେବଳ ମିରଟ ଏବଂ ଆଲିଗଡ଼ରେ ୪୮୮ ମି.ମି ବର୍ଷା ରେକର୍ଡ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *