ହବିଷ୍ୟାଳୀ କେନ୍ଦ୍ରରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ
ପୁରୀ (ବୁ୍ୟରୋ): ପବିତ୍ର ମହାକାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରକୁ ଆସି ମାସ ସାରା ରହି ହବିଷ କରି ମହାପ୍ରଭୁଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଥାନ୍ତି ହବିଷ୍ୟାଳୀ । ସେଥିପାଇଁ କେଉଁ ଆବହମାନ କାଳରୁ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀଙ୍କ ସମାଗମ ହୋଇଥାଏ । ସେଥିପାଇଁ ସେମାନେ ବିଭିନ୍ନ ଲଜ୍ ଠାରୁ ଆରମ୍ଭ କରି ମଠ, ମନ୍ଦିର ଓ ଧର୍ମଶାଳାରେ ରହି ବ୍ରତ ପାଳନ କରିଥାନ୍ତି । ରାଜ୍ୟ ସରକାର କିଛି ବର୍ଷ ହେଲା ତିନି ହଜାରୁ ଅଧିକ ହବିଷ୍ୟାଳୀଙ୍କ ବ୍ରତଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରୁଛନ୍ତି । ସେମାନେ ସରକାରଙ୍କ ତରଫରୁ ହୋଇଥିବା ଏହି ଯୋଜନାରେ ସାମିଲ ହୋଇଛନ୍ତି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ସ୍ଥାନରେ ତିନି ହଜାରରୁ ଅଧିକ ହବିଷ୍ୟାଳୀ ରହି ବ୍ରତ ପାଳନ କରୁଛନ୍ତି । ଏପରିକି ସେମାନଙ୍କ ବ୍ରତ ପାଳନ ପାଇଁ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ସେମାନଙ୍କ ରହିବା, ସୁରକ୍ଷା, ପାନୀୟ, ସ୍ୱାସ୍ଥ୍ୟ ଏବଂ ଶ୍ରୀମନ୍ଦିରକୁ ଯିବା ପାଇଁ ମଧ୍ୟ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ହବିଷ୍ୟାଳୀମାନେ ଖୁସିରେ ବସ୍ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ ସାରି ଆଶ୍ରୟସ୍ଥଳୀକୁ ଫେରୁଛନ୍ତି ।
ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଅପରାହ୍ଣରେ ସେମାନଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ମାଗଣାରେ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀମାନେ ମହାପ୍ରସାଦ ପାଇ ଆତ୍ମସନ୍ତୋଷ ଲାଭ କରୁଛନ୍ତି । ପରେ ପରେ ସଞ୍ଜ ନଇଁଲେ ୫ କେନ୍ଦ୍ର ପାଲଟୁଛି ଆଧ୍ୟାତ୍ମିକ ପରିବେ । ହବିଷ୍ୟାଳୀଙ୍କ ପାଇଁ ପୁରୁଷ ଓ ମହିଳା ପ୍ରବଚକମାନେ ପହଞ୍ଚô ସେମାନଙ୍କୁ ମହାପ୍ରଭୁଙ୍କ ଗାଥା ଓ ମହାକାର୍ତ୍ତିକ ମାସ ସମ୍ପର୍କରେ ଅବଗତ କରିଥା’ନ୍ତି । ଏହା ଶୁଣି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥାନ୍ତିି । ଏପରିକି ସେମାନେ ଦୁଇ ହାତ ଉପରକୁ ଟେକି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥାଏ କେନ୍ଦ୍ର । ପ୍ରତିଦିନ ସଞ୍ଜ ନଇଁଲେ ହବିଷ୍ୟାଳୀ କେନ୍ଦ୍ର ପାଲଟୁଛି ଆଧ୍ୟାତ୍ମିକ ପରିବେଶ । ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ହବିଷ୍ୟାଳୀମାନେ ଅଧିକରୁ ଅଧିକ ସଂଖ୍ୟାରେ ପ୍ରଶଂସା କରିଛନ୍ତି ।