‘ଜନକଲ୍ୟାଣ ଯୋଜନା ବାର୍ତ୍ତା ଘରେ ଘରେ ପହଞ୍ଚାଅ’
ଧୂଷୁରୀ ଜୋନ୍ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଧାମନଗର (ଆପ୍ର): ଧାମନଗର ବ୍ଲକ ବିଜେଡ଼ି ପକ୍ଷରୁ ଧୂଷୁରୀ ୧୩ନମ୍ବର ଜୋନ୍ରେ ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମା’ କାଳୀଙ୍କ ମଣ୍ଡପଠାରୁ ଏକ ବିଶାଳ ପଦଯାତ୍ରାରେ ବାହାରି ବ୍ରାହ୍ମଣୀପାଳ, ନଦୀଗାଁ ଓ ଭଟ୍ଟସାହି ଗ୍ରାମଦେଇ ନାରାୟଣ ପଡ଼ିଆରେ ପହଂଚିଥିଲା । ସେଠାରେ ବ୍ଲକ ସଭାପତି ଉମେଶ ମହାନ୍ତିିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ରାଜ୍ୟସଭା ସାଂସଦ ମୁନା ଖାଁ, ଜିଲ୍ଳା ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, କୋରେଇ ବିଧାୟକ ଅଶୋକ ବଳ, ବରି ବିଧାୟକ ସୁନନ୍ଦା ଦାସ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଳିକ, ଜିଲ୍ଳାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପଂ·ୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାପାଇଁ ଆହ୍ୱାନ କରିଥିଲେ ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଧୂଷୁରୀ ଜିଲ୍ଳାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଳିକ, ଅସୁରାଳି ଜିଲ୍ଳାପରିଷଦସଭ୍ୟ ସାରଦାପ୍ରସନ୍ନ ସାହୁ, ବିଦ୍ୟାଧର ରାଉତ, ଦୟାନିଧି ମିଶ୍ର, ପ୍ରତାପ ସାମଲ, ସରିତା ମହାନ୍ତି, ସ୍ୱର୍ଣ୍ଣଲତା ନାୟକ, ଦଳାଙ୍ଗ ସେବାସମବାୟ ସମିତି ସଭାପତି ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କୋଠାର ପଂ·ୟତ ବିଜୁ ଜନତା ଦଳର ସଭାପତି ପ୍ରଭାତ ସାହୁଙ୍କ ନେତୃତ୍ୱରେ ୨୫ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ସରପଞ୍ଚ ସୀତାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।