ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ

ଭୁବନେଶ୍ୱର, ୧୧ା୧୦ (ବୁ୍ୟରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମ୍ପର୍କରେ ଯେତିକି ଗୁମର ଖୋଲୁଛି, ପୂରା ମାମଲାକୁ ନେଇ ରହସ୍ୟ ସେତିକି ବଢ଼ିବାରେ ଲାଗିଛି । ୨ ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ଜଣେ ବରିଷ୍ଠ ନେତାଙ୍କ ଫଟୋ ଅର୍ଚ୍ଚନାଙ୍କ ସହ ଭାଇରାଲ୍ ହୋଇଛି । ବଡ଼ ବଡ଼ ରାଜନେତାଙ୍କ ସହ ଫଟୋ ମାମଲାରେ ସନେ୍ଦହ ଅଧିକ ବଢ଼ାଇଛି । ହନିଟ୍ରାପର ଫାଶ ବସାଇ ପ୍ରଭାବଶାଳୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେବା ପରେ ଏବେ ୩ ପ୍ରମୁଖ ଦଳ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି । ମଙ୍ଗଳବାର ବିଜେପି ମହିଳାମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ ଶାସକ ଦଳ ବିଜେଡିକୁ ଟାର୍ଗେଟ୍ କରିଥିବାବେଳେ ମାମଲାରେ ସିବିଆଇ ତଦନ୍ତ ଦାବି କରିଛି । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟରୁ ମଧ୍ୟ ସାମ୍ବାଦିକ ସମ୍ମିନଳୀ କରାଯାଇ ମାମଲାକୁ ଏସ୍ଆଇଟି ତଦନ୍ତ କରୁ ବୋଲି ପ୍ରକାଶ କରାଯାଇଛି ।
ଏହି ଘଟଣାରେ ବିଜେଡ଼ିର କେଉଁ କେଉଁ ପ୍ରଭାବଶାଳୀ ନେତା ସମ୍ପୃକ୍ତ ଅଛନ୍ତି ତାର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି । ତରବରିଆ ଭାବେ ଅର୍ଚ୍ଚନାକୁ ପୁଲିସ ଗିରଫ କରିଛି । ପୁଲିସ ଏତେ ତତ୍ପର କେମିତି ହେଲା ବୋଲି ବିଜେପି ପ୍ରଶ୍ନ କରିଛି । ଏପଟେ ଏହି ମାମଲାରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ଦଳର ନେତା । ଏହାର ଜବାବ ରଖି ବିଜେଡି କହିଛି, ଉତ୍ତର ଦେବା ଲୋକ ଆଜି ପ୍ରଶ୍ନକର୍ତା ସାଜିଛନ୍ତି । ପଶ୍ଚିମ ଓଡିଶାର ଜଣେ ତୁଙ୍ଗ ନେତାଙ୍କ ଫଟୋ ସାମ୍ନାକୁ ଆସିଛି । ପ୍ରଥମେ ବିଜେପି ତାର ଉତ୍ତର ଦେଉ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।
ଏହାରି ଭିତରେ ଆଉ ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରହିଛନ୍ତି । ଏମାନଙ୍କ ସହ ଅଛନ୍ତି କଳାହାଣ୍ଡିର ଦୁଇ ଜଣ ନେତା । ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ ଓ ପୂର୍ବତନ ଯୁବ ବିଜେଡି ସଭାପତି ପ୍ରମୋଦ ପଟ୍ଟନାୟକ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାର ଘରେ ଡାଇନିଂରେ ଏକାଠି ବସି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏ ନେଇ ଦୁଇ ନେତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଖାଲି ସେତିକି ନୁହେଁ, ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଫଟୋ ମଧ୍ୟ ଅର୍ଚ୍ଚନାଙ୍କ ସହ ଭାଇରାଲ ହୋଇଛି । ଫଟୋରୁ ଜଣାପଡୁଛି, ଦିଲ୍ଲୀପ ରାୟଙ୍କ ସହ ଅର୍ଚ୍ଚନା ସେଲଫି ଉଠାଇଛନ୍ତି । ତେବେ କେବେ ଓ କେଉଁଠି ଏହି ଫଟୋ ଉଠା ଯାଇଥିଲା ଜଣାପଡିନାହିଁ । ଏ ନେଇ ଦିଲ୍ଲୀପ ରାୟଙ୍କ ପ୍ରତିକ୍ରିୟା ମଧ୍ୟ ମିଳିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *