ଅମୃତ ବଦଳରେ ଜହର ପିଉଛି ଶିଶୁ!

ନୂଆଦିଲ୍ଲୀ (ଏଜେନ୍ସି): କଥାରେ ଅଛି ମା’ କ୍ଷୀର ଅମୃତ ସମାନ । ଶିଶୁ ପାଇଁ ଏହି ଅମୃତ ତୂଲ୍ୟ ଆଉ କିଛି ବି ନାହିଁ । କିନ୍ତୁ ପରିତାପର ବିଷୟ ଏହି ଅମୃତମୟୀ ମା’ର ବକ୍ଷ ଦେଶରୁ ପ୍ରବାହିତ ହେଉଥିବା ଏହି ଅମୃତ ଏବେ ଜହର ପାଲଟିଯାଇଛି । ପ୍ରାପ୍ତ ସୂଚନାନୁସାରେ ମା’ କ୍ଷୀରରେ ମାଇକ୍ରୋ ପ୍ଲାଷ୍ଟିକ୍ର କଣିକା ଠାବ କରାଯାଇଛି । ଅର୍ଥାତ୍ ମା’ ତା’ର ସନ୍ତାନକୁ ଅତି ସ୍ନେହବସରରେ କ୍ଷୀର ପିଆଉଥିବା ଭାବି ଖୁସି ହେଉଥିବା ବେଳେ ନିଜ ଅଜାଣତରେ ହଳାହଳ ବିଷ ହିଁ ପିଆଉଛି ।
ଇଟାଲୀର ରୋମ୍ ସହରରେ ପ୍ରଥମ କରି କିଛି ନବଜାତକଙ୍କ ଠାରେ ମାଇକ୍ରୋ ପ୍ଲାଷ୍ଟିକ୍ କଣିକାଜନିତ ରୋଗ ଠାବ ହେବା ପରେ ଏହା ଉପରେ ଅଧିକ ଗବେଷଣା କରାଯାଇଥିଲା । ପରେ ମା’ କ୍ଷୀରରୁ ହିଁ ଶିଶୁଙ୍କ ଶରୀରକୁ ଏହି ବିଷାକ୍ତ ରସାୟନିକ କଣିକା ଯାଉଥିବା ଜଣାପଡିଥିଲା । ବ୍ରିଟେନ୍ ଦୈନିକ ଖବର କାଗଜ ଗାର୍ଡିଆନ୍ରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ ଅତ୍ୟଧିକ ପ୍ଲାଷ୍ଟିକ୍ର ବ୍ୟବହାର ମାନବ ସମାଜ ପାଇଁ କାଳ ହେବାକୁ ବସିଛି । ମାଇକ୍ରୋପ୍ଲାଷ୍ଟିକର୍ ବ୍ୟବହାରିତା ମାତ୍ରା ଆଜି ଏତେ ବଢ଼ିଯାଇଛି ଯେ, ମାଆ କ୍ଷୀର ବି ବିଷାକ୍ତ ହୋଇଯାଇଛି । ମା’ କ୍ଷୀରରେ ମାଇକ୍ରୋ ପ୍ଲାଷ୍ଟିକ୍ କଣିକା ଥିବା ଜଣାପଡ଼ିଛି । ଇଟାଲୀର ବୈଜ୍ଞାନିକ ଏନେଇ ପ୍ରମାଣ ପାଇବା ପରେ ତଥା ଏହା ଉପରେ ରିପୋର୍ଟ ସାର୍ବଜନୀନ ହେବା ପରେ କ୍ଷୀର ଖାଉଥିବା ଶିଶୁର ସ୍ୱସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତା ବଢିଯାଇଛି । ତେବେ ଏହାକୁ ନେଇ ଭୟଭୀତ ହୋଇ ମା’ମାନେ ନିଜ ସନ୍ତାନକୁ କ୍ଷୀର ଦେବା ବନ୍ଦ ନକରିବାକୁ ଇଟାଲୀ ଆଙ୍କୋନାର ବିଶ୍ୱବିଦ୍ୟାଳୟ ପଲିଟେକ୍ନିକାଲ୍ ବିଭାଗର ବୈଜ୍ଞାନିକ ଡ. ଭାଲେଣ୍ଟିନା ନୋଟାରେଷ୍ଟୋଫାନୋ ପରାମର୍ଶ ଦେଇଛନ୍ତି ।
ଦ୍ଭ କଣ ଏହି ମାଇକ୍ରୋପ୍ଲାଷ୍ଟିକ୍?
ମାକ୍ରୋପ୍ଲାଷ୍ଟିକ କଣିକା ହେଉଛି ପ୍ଲାଷ୍ଟିକ୍ର ଅତି କ୍ଷୁଦ୍ରାତି କ୍ଷୁଦ୍ର ତଥା ସୂକ୍ଷ୍ମ କଣିକା, ଯାହାକି ସାମାନ୍ୟ ଆଖିକୁ ଦେଖାଯାଇନଥାଏ । ସମୁଦ୍ରରେ, ପାହାଡ଼ ପର୍ବତ, ପାଣି, ଓ ବାୟୁରେ ଏହି କଣିକାଗୁଡ଼ିକ ଭାସି ବୁଲୁଥାଏ । ଅର୍ଥାତ୍ ଦୂଷିତ ପରିବେଶରେ ରହୁଥିବା ମା’ ଏବଂ ତା’ର ସନ୍ତାନ ଶରୀରରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଠାବ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ତେବେ ସର୍ବପ୍ରଥମେ ୨ଠଠ୪ରେ ମାଇକ୍ରୋପ୍ଲାଷ୍ଟିକ୍ କଣିକାର ଆବିଷ୍କାର ହୋଇଥିଲା । ସେତେବେଳେ ଏହି କଣିକା ସମ୍ପୂର୍ଣ୍ଣ ମିଳେଇବା ପାଇଁ ଦଶନ୍ଧୀରୁ ଅଧିକ ସମୟ ଲାଗୁଥିବା ଜଣାପଡିଥିଲା । ରିପୋର୍ଟ ଅନୁସାରେ ରୋମ୍ରେ ପ୍ରାୟ ୩୪ ଜଣ ସୁସ୍ଥ ମାଆଙ୍କ ଠାରୁ କ୍ଷୀର ସାମ୍ପଲ ନିଆଯାଇ ପରୀକ୍ଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ମହିଳାଙ୍କ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଥିବା ଜଣାପଡ଼ିଛି । ପ୍ଲାଷ୍ଟିକ୍ରେ ଥାଲେଟ୍ସ ନାମକ ଏକ କ୍ଷତିକାରକ ରସାୟନ ପଦାର୍ଥ ରହୁଥିବା ବେଳେ ଏହାର କଣିକା ଏହି ମା’ଙ୍କ କ୍ଷୀରରୁ ଠାବ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *