କଡ଼ା ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ
ଭୁବନେଶ୍ୱର(ବୁ୍ୟରୋ): ମଙ୍ଗଳବାର ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ଯୁବା ବିଶ୍ୱକପ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫୁଟବଲ୍ର ଏହି ମହାକୁମ୍ଭ ଉଦଘାଟିତ ହେବ । ଏଥିପାଇଁ ୧୨ ହଜାର କ୍ଷମତା ବିଶିଷ୍ଟ କଳିଙ୍ଗ ଷ୍ଟାଡିୟମ୍କୁ ସମ୍ବଲପୁରୀ ବସ୍ତ୍ର ରଙ୍ଗରେ ସଜ୍ଜା ଯାଇଛି । ଏଥିସହିତ ଭୁବନେଶ୍ୱରର ବିଭିନ୍ନ ଛକରେ ପୋଷ୍ଟର, ବ୍ୟାନର ଟଙ୍ଗା ଯାଇଛି । ଉଦ୍ଘାଟନୀ ମ୍ୟାଚ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ପ୍ରଥମ ଦିନରେ ଭାରତ ଓ ଆମେରିକା ମଧ୍ୟରେ ହେବ ହାଇଭୋଲଟେଜ୍ ଫାଇଟ୍ । ଫୁଟବଲ୍ ବିଶ୍ୱକପ୍ ପାଇଁ ·ରିସ୍ତରୀୟ ସୁରକ୍ଷା ବଳୟରେ ରହିବ କଳିଙ୍ଗ ଷ୍ଟାଡ଼ିୟମ । ଏନେଇ ସୋମବାର କଳିଙ୍ଗ ଷ୍ଟାଡ଼ିୟମ୍ରେ ସୁରକ୍ଷା ସମୀକ୍ଷା କରିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସୁରକ୍ଷା ଦୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ସମେତ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନସ୍ପେକ୍ଟର୍, ୧୦୦ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଷ୍ଟାଡିୟମ୍ ଭିତରେ ମଧ୍ୟ ସାଧା ପୋଷାକରେ ପୁଲିସ୍ ମୁତୟନ କରାଯିବ । ଟ୍ରାଫିକ ପରି·ଳନା କରିବା ସହ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାୟ ୧୬ ପ୍ଲାଟୁନ୍ ଫୋର୍ସ ପୂରା ଇଭେଣ୍ଟକୁ ଜଗିବ ବୋଲି ସୂଚନା ମିଳିଛି ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମ୍ପୁର୍ଣ୍ଣ ଷ୍ଟାଡିୟମ କଡ଼ା ସୁରକ୍ଷା ବଳୟରେ ରହିବ । ପ୍ରତିଟି ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲାଗିବ । ୯ ନମ୍ବର ଗେଟ୍ ପାଶ୍ୱର୍ରେ ଖେଳାଳିଙ୍କ ବସ୍ ଯିବା ଆସିବା କରିବ । ଟ୍ରାଫିକ୍ ପରି·ଳନା ପାଇଁ ୪ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ଏୟାରପୋର୍ଟଠାରୁ ଷ୍ଟାଡିୟମ ରାସ୍ତା ସହ ଖେଳାଳି ରହୁଥିବା ୨ ହୋଟେଲ ରାସ୍ତାରେ ଟ୍ରାଫିକ୍ ପୁଲିସ ଜଗିବେ । ମ୍ୟାଚ୍ ବେଳେ ଟ୍ରାଫିକ୍ ପରି·ଳନା ମୁଖ୍ୟ ଫୋକଓ୍ରେ ରହିବ । ଏଥିପାଇଁ ୧୨ ଜଣ ଟ୍ରାଫିକ୍ ଅଧିକାରୀ, ୧୦ ଜଣ ହାବିଲଦାର ଓ ୧୦୫ ଜଣ ଟ୍ରାଫିକ୍ କନଷ୍ଟେବଳ ଦାୟିତ୍ୱରେ ରହିବେ । ଟ୍ରାଫିକ୍ ଏସିପି ସ୍୍ୱସ୍ତିକ୍ ପଣ୍ଡା ତଦାରଖ କରିବେ । ପୁରା ଇଭେଣ୍ଟର ସୁରକ୍ଷା ଦାୟିତ୍ୱକୁ ୧୪୬ଜଣ ପୁଲିସ ଅଧିକାରୀ ତଦାରଖ କରିବେ । ଏଥିରେ ୬ଜଣ ଅତିରିକ୍ତ ଡିସିପି ପାହ୍ୟା ଅଧିକାରୀ, ୧୪ ଜଣ ଏସିପି, ୩୦ ଜଣ ଇନ୍ସପେକ୍ଟର, ୯୬ଜଣ ସବ୍ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ଅନ୍ତର୍ଭୁକ୍ତ । କେବଳ ଷ୍ଟାଡିୟମ ସୁରକ୍ଷା ଦାୟିତ୍ୱରେ ୪ଜଣ ଅତିରିକ୍ତ ଡିସିପି ରହିବେ । ଜଣେ ଅତିରିକ୍ତ ଡିିସିପିଙ୍କ ହାତରେ ହୋଟେଲ ସୁରକ୍ଷା ବ୍ୟବସ୍ଥା ରହିବ । ଷ୍ଟାଡିୟମକୁ ୧୦ଜଣ ଏସିପି, ଅଭ୍ୟାସ ପଡିÿଆକୁ ୨ଜଣ ଏସିପି ଜଗିବେ । ଏୟାରପୋର୍ଟ ଓ ଟ୍ରାଫିକ୍ ପରି·ଳନାରେ ଜଣେ ଲେଖାଏଁ ଏସିପି ରହିବେ । ଷ୍ଟାଡିୟମରେ ୨୦ଜଣ ଇନ୍ସପେକ୍ଟର, ୬୫ ଜଣ ଏସ୍ଆଇ ଓ ଏଏସ୍ଆଇ ଉପସ୍ଥିତ ରହିବେ ।
ଖେଳାଳିମାନେ ଡୁମଡୁମାସ୍ଥିତ ୱେଲକମ୍ ହୋଟେଲ ଓ ଭିଭାନ୍ତ ହୋଟେଲରେ ରହୁଛନ୍ତି । ରେଫରି ଓ ଟିମ୍ ଅଫିସିଆଲ ୍ଟ୍ରାଇଡେଣ୍ଟ ହୋଟେଲରେ ରହୁଛନ୍ତି । ସେସବୁ ହୋଟେଲକୁ ଫୋର୍ସ ଜଗିଛନ୍ତି । ହୋଟେଲକୁ ଯାଉଥିବା ଲୋକମାନଙ୍କୁ ପ୍ରଥମେ ପୁଲିସ ଯାଞ୍ଚର ସାମ୍ନା କରିବାକୁ ପଡୁଛ । ଦର୍ଶକମାନେ ଗାଡିÿ ପାର୍କିଂ କରିବା ପାଇଁ ୩ଟି ସ୍ଥାନ ଚିହ୍ନଟ ହୋଇଛି । ଷ୍ଟାଡିୟମ ସାମ୍ନା ରାସ୍ତା ଆରପାଶ୍ୱର୍ରେ ନୁ୍ୟ ଏଜି କଲୋନି ଭିତର ପଡ଼ିଆ, ରିଜର୍ଭ ପଡିÿଆରେ କାର୍ ବାଇକ୍ ରଖିପାରିବେ । ଷ୍ଟାଡିୟମ ପାଶ୍ୱର୍ ବେହେରା ସାହି ଗଳିରେ ଥିବା ମଶାଣି ପଡ଼ିଆରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରାଯାଇଛି ।