ବିଶ୍ୱବ୍ୟାପୀ ମାନ୍ଦି ଆଶଙ୍କା

ୱାଶିଂଟନ୍, ୯ା୧ଠ: ବିଶ୍ୱବ୍ୟାପୀ ଆର୍ଥôକ ମାନ୍ଦାବସ୍ଥା ଆଶଙ୍କା ପ୍ରକାଶ ପାଇଥିବାବେଳେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ଗ୍ଲୋବାଲ୍ ଇକୋନମିରେ ୪ ଲକ୍ଷ କୋଟି ଡଲାର୍ କ୍ଷତି ହୋଇପାରେ ଚେତାବନୀ ଦିଆଯାଇଛି । ଆଇଏମ୍ଏଫ୍ ପରିଚାଳନା ନିଦେ୍ର୍ଦଶକ କି୍ରଷ୍ଟାଲିନା ଜର୍ଜିୱା ଜର୍ଜ ଟାଉନ୍ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ବିଶ୍ୱ ଅର୍ଥ ବ୍ୟବସ୍ଥାର ପ୍ରାୟ ଏକ ତୃତୀୟାଂଶ ଦେଶ ଚଳିତ କିମ୍ବା ଆସନ୍ତା ବର୍ଷର ଅତିକମ୍ରେ କ୍ରମାଗତ ଦୁଇ ତି୍ରମାସରେ ଖରାପ ସ୍ଥିତି ଉତ୍ପନ୍ନ ହେବା ଆମେ ଅନୁମାନ କରୁଛୁ । ଅତ୍ୟଧିକ ମୁଦ୍ରାସ୍ଫିତି, କଠୋର ମୁଦ୍ରାନୀତି, ଋଣଭାର ବୃଦ୍ଧି ଓ ୟୁକ୍ରେନ୍ ଯୁଦ୍ଧର ପରିଣତିସ୍ୱରୂପ ପ୍ରାୟ ପ୍ରତ୍ୟେକ ଦେଶ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଛନ୍ତି ।
ଗ୍ଲୋବାଲ୍ ଇକୋନମିରେ ୪ ଲକ୍ଷ କୋଟି ଡଲାର୍ କ୍ଷତି ଆଶଙ୍କା ସମ୍ବନ୍ଧରେ ୱାଶିଂଟନ୍ରେ ଆଇଏମ୍ଏଫ୍ ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀ ପୂର୍ବରୁ ବା ପରେ ଆଇଏମ୍ଏଫ୍ ପକ୍ଷରୁ ବିଶ୍ୱ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ରିପୋର୍ଟ ଜାରି କରାଯିବ । ୨ଠ୨୩ରେ ବିଶ୍ୱ ଆର୍ଥିକ ବିକାଶ ହାର ୨.୯% ହୋଇପାରେ ବୋଲି ଗତ ସପ୍ତାହରେ ଜର୍ଜିୱା କହିଥିଲେ । ୬ ତାରିଖ ଦିନ ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨ଠ୨୨-୨୩ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ୬.୫% ହେବ ।
ଅପରପକ୍ଷେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ୍ଙ୍କ ମତରେ, ଦେଶର ଦେଶର ଅଭିବୃଦ୍ଧି ହାର୨୦୨୨-୨୩ରେ ୭% ହେବ ।
ରବିବାର ସାନ୍ୟାଲ୍ କହିଛନ୍ତି, ଭାରତର ଅର୍ଥ ବ୍ୟବସ୍ଥା ୨୦୨୨-୨୩ ଆର୍ଥôକ ବର୍ଷରେ ଅନ୍ୟ ସବୁ ଦେଶ ତୁଳନାରେ ସର୍ବାଧିକ ମଜ୍ଭୁତ ରହିଛି । ଛୋଟ ବଡ ଅର୍ଥବ୍ୟବସ୍ଥାର ଅନେକ ଦେଶ ମାନ୍ଦାବସ୍ଥା ଯୋଗୁଁ ଆର୍ଥôକ ସଂକଟରେ ପଡିଥିବାବେଳେ ଭାରତର ଅର୍ଥ ବ୍ୟବସ୍ଥା ପୂର୍ବ ଆକଳନ ଅନୁଯାୟୀ ସକରାତ୍ମକ ସ୍ଥିତିରେ ଅଛି । ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଆଧାରରେ ଭାରତର ଅର୍ଥ ବ୍ୟବସ୍ଥା ଆକଳନ କରାଯିବା ଅନୁଚିତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *