୨ ଖେଳାଳି ମୃତ, ୨୯ ଆହତ

ଫୁଟବଲ୍ ଖେଳ ବେଳେ ବଜ୍ରପାତ
ସୁନ୍ଦରଗଡ଼ (ଆପ୍ର): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ର ବନେଇଲତାରେ ଫୁଟବଲ୍ ଖେଳ ଚାଲିଥିବାବେଳେ ବଜ୍ରପାତ ହେବାରୁ ୨ ଖେଳାଳିଙ୍କ ମୃତୁ୍ୟ ହୋଇଛି । ଅନ୍ୟ ୨୯ ଜଣ ଖେଳାଳୀ ଓ ଦର୍ଶକ ଆହତ ହୋଇଛନ୍ତି । ମୃତକମାନେ ହେଲେ ମାଇକେଲ ସୁରିନ (୧୬) ଓ ଅଜୟ ଲାଖୁଆ (୨୩) । ଆହତମାନଙ୍କୁ ପ୍ରଥମେ ହାତୀବାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)ରେ ଭର୍ତ୍ତି କରାଯାଇଛି । ହାତୀବାରି ପୁଲିସ ୨ ମୃତ ଖେଳାଳୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗଜଲକ୍ଷ୍ମୀପୂଜାରେ ଏଭଳି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନୂଆଗାଁ ବ୍ଲକ ଅନ୍ତର୍ଗତ ବନେଇଲତା ପଡ଼ିଆରେ ପ୍ରତି ରବିବାର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥାଏ ।
ଘଟଣାରୁର ପ୍ରକାଶ ଆଜି ଅପରାହ୍ନ ପ୍ରାୟ ୩ଟାରେ ବାର୍ତ୍ତାଗୁଟୁ ଓ ବନେଇଲତା ଟିମ୍ ମଧ୍ୟରେ ଫୁଟବଲ୍ ମ୍ୟାଚ୍ ଚାଲିଥିଲା । ହଠାତ୍ ମେଘ ଆସିବା ସହ ବଜ୍ରପାତ ହୋଇଥିଲା । ମାଇକେଲ ସୁରିନ ଓ ଅଜୟ ଲାଖୁଆଙ୍କର ଖେଳପଡିଆରେ ହିଁ ମୃତୁ୍ୟ ହୋଇଯାଇଥିଲା । ଅନ୍ୟ ୨୯ ଜଣ ଖେଳାଳୀ ଓ ଦର୍ଶକ ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ଦର୍ଶକ ଆହତମାନଙ୍କୁ ଖେଳପଡିଆରୁ ଉଦ୍ଧାର କରି ହାତୀବାରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୨୦ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆରଜିଏଚ୍ ସ୍ଥାନାନ୍ତର କରାଯାଇଛି । କିଛି ଆହତଙ୍କୁ ଗ୍ରାମବାସୀମାନେ ଗୋବର ଭିତରେ ପୋତିଦେଇଥିଲେ । ଅଧିକାଂଶ ଆହତଙ୍କ ବୟସ ୧୪ରୁ ୧୮ ବର୍ଷ ମଧ୍ୟରେ ହେବ । ଘଟଣାର ଖବର ପାଇ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆରଜିଏଚରେ ପହଞ୍ଚô ଆହତଙ୍କ ଚିକିତ୍ସା ବାବଦରେ ଡାକ୍ତରଙ୍କ ସହ ଆଲୋଚନା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *