ହବିଷ୍ୟାଳୀ କେନ୍ଦ୍ର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ (ବୁ୍ୟରୋ): ସୋମବାର ମହାକାର୍ତ୍ତିକ ମାସ ଆରମ୍ଭ । ସେଥିପାଇଁ ଆଜିଠାରୁ ଚଳଚଞ୍ଚଳ ହୋଇପଡ଼ିଲାଣି ପବିତ୍ର ଧାମ ଶ୍ରୀକ୍ଷେତ୍ର । ରାଜ୍ୟ ସରକାର କିଛିବର୍ଷ ହେଲା ହବିଷ୍ୟାଳୀଙ୍କ ପାଇଁ ମାଗଣାରେ ରହିବା ଠାରୁ ଆରମ୍ଭ ଖାଦ୍ୟ, ଶ୍ରୀମନ୍ଦିରକୁ ଯିବା ବ୍ୟବସ୍ଥା, ରାଧାଦାମୋଦର ବେଶ ନୀତି ପାଳନ ପାଇଁ ସମସ୍ତ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଛନ୍ତି । ତତ୍ସହିତ ମାସ ସାରା ପ୍ରତ୍ୟେକ ଓଳି ମହାପ୍ରଭୁଙ୍କ ମହାପ୍ରସାଦ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ୩ ହଜାରରୁ ଊଦ୍ଧ୍ୱର୍ ହବିଷ୍ୟାଳୀଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । କେବଳ ଅପେକ୍ଷା ଉଦ୍ଘାଟନକୁ । ଏହାକୁ ଆସନ୍ତାକାଲି ଅର୍ଥାତ୍ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫେରନି୍ସଂ ମାଧ୍ୟମରେ ବୃନ୍ଦାବତୀ ଭବନକୁ ଉଦ୍ଘାଟନ କରିବେ ।
• ପଞ୍ଚତୀର୍ଥର ସ୍ଥିତି ବଦଳିଲାନି
କାର୍ତ୍ତିର୍କ ମାସରେ ପୁରୀରେ ରହି ହବିଷ୍ୟ ପାଳନ କରିବା ପାଇଁ ସମସ୍ତେ ଆଶାବାଦୀ । କାରଣ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭାବ । ତତ୍ସହିତ ମହାପ୍ରଭୁଙ୍କ ନିକଟରେ ରହିଛି ପଞ୍ଚତୀର୍ଥ । ଏହି ପଞ୍ଚତୀର୍ଥରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜିପର୍ଯ୍ୟନ୍ତ ମଧ୍ୟ ଶ୍ରଦ୍ଧାଳୁମାନେ ଏହାକୁ ପାଳନ କରିଥାନ୍ତି । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏବେ ସେହି ପଞ୍ଚତୀର୍ଥ ପୁଷ୍କରିଣୀ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଯାହାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପକ୍ଷରେ କାର୍ତ୍ତିକ ମାସ ଆସୁଥିବାରୁ ପଞ୍ଚତୀର୍ଥର ଉନ୍ନତୀକରଣ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା ବେଳେ ତାହା ଆଜି ପର୍ଯ୍ୟନ୍ତ ହେଲା ନାହିଁ । ଫଳରେ ଆଜିଠାରୁ କାର୍ତ୍ତକ ମାସ ଆରମ୍ଭ ହେବାକୁ ଥିଲାବେଳେ ଏବେ ଦୟନୀୟ ଅବସ୍ଥାରେ ପଡ଼ିରହିଛି ପଞ୍ଚତୀର୍ଥ ପୁଷ୍କରିଣୀ ।
• ୫ ଆଶ୍ରୟସ୍ଥଳୀରେ ରହିବେ ୩ ହଜାରରୁ ଊଦ୍ଧ୍ୱର୍ ହବିଷ୍ୟାଳି
ଆସନ୍ତାକାଲି ଠାରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ହବିଷ୍ୟାଳୀମାନେ ରହିବା ଲାଗି ୫ଟି ହବିଷ୍ୟାଳୀ କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରେ ପ୍ରାୟତଃ ୩ ହଜାରରୁ ଊଦ୍ଧ୍ୱର୍ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀଙ୍କ ନାମ ପଞ୍ଜୀକରଣ ଶେଷ ହୋଇ ନ ଥିବାରୁ ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତାକାଲି (ସୋମବାର) ପ୍ରକାଶ ପାଇବ ବୋଲି ପ୍ରଶାସନ ସୂଚନା ଦେଇଛି । ଏପରିକି ସେମାନଙ୍କୁ ୨୪ ଘଣ୍ଟା ସୁରକ୍ଷା ଠାରୁ ଆରମ୍ଭ କରି ବିଦୁ୍ୟତ୍, ପାନୀୟ ଏବଂ ସେମାନଙ୍କ ଶରୀର ଖରାପ ହେଲେ ମଧ୍ୟ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି ।
• ସଜେଇ ହେଲାଣି ହବିଷ୍ୟାଳୀ କେନ୍ଦ୍ର
ପହିଲି କାର୍ତ୍ତିକରୁ ହବିଷ୍ୟାଳୀମାନେ କିଭଳି ଶୀଘ୍ର ନୀତି ଆରମ୍ଭ କରିବେ ତାହାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ଜୋର୍ଦାର ପ୍ରସ୍ତୁ୍ତି ଚାଲିଛି । ଆସନ୍ତାକାଲି (ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫେରନ୍ସିଂ ଜରିଆରେ ଉଦ୍ଘାଟନ କରିବେ । ସେଥିପାଇଁ ସମସ୍ତ ହବିଷ୍ୟାଳୀ କେନ୍ଦ୍ରକୁ ସଜେଇବାରେ ଲାଗିପଡ଼ିଛି ପ୍ରଶାସନ । ଉକ୍ତ ଶିବିରକୁ ଅତ୍ୟନ୍ତ ସୁନ୍ଦର ଭାବରେ ସଜେଇ ସେଠାରେ ହବିଷ୍ୟାଳୀମାନେ କିପରି ଭଲରେ ରହିବେ ତାହା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ସିଧାସଳଖ ହବିଷ୍ୟାଳୀଙ୍କ ସହିତ କଥା ହେବେ । ସେମାନେ ସେଠାରେ ରହିବା ପାଇଁ ଭଲ ବ୍ୟବସ୍ଥା ହୋଇଛି କି ନାହିଁ କି କ’ଣ ଅସୁବିଧା ରହିଛି । ଏହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *