ବାର୍ହା ଶିକାରୀ ଗିରଫ, ତାର ଜବତ
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ରବିବାର ରାତି ୮ଟା ବେଳେ ୨ଜଣ ବରାହ ଶିକାରୀଙ୍କୁ ଗିରଫ କରିବା ସହିତ ଫାସ ବସାଇଥିବା ବିଦୁ୍ୟତ୍ ତାର ଜବତ କରିଛନ୍ତି । ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କସିଡିହା ସଂରକ୍ଷିତ ଜଙ୍ଗଲରେ କିଛିଦିନ ହେବା ବରାହ ଶିକାର କରିବା ପାଇଁ ଶିକାରୀମାନେ ଖୋଲା ତାର ବିଛାଇ ୧୧କେଭି ବିଦୁ୍ୟତ୍ ସଂଯୋଗ କରି ଶିକାର କରୁଥିବା ବନବିଭାଗ ସୂଚନା ପାଇଥିଲା । ଶନିବାର ଦିନ ଶିକାରୀମାନେ ତାର ବିଛାଇ ଶିକାର କରୁଥିବା ଖବର ପାଇ ଚଢ଼ାଉ କରାଯିବାରୁ ଶିକାରୀମାନେ ଫେରାର ହୋଇଯାଇଥିଲେ । ରବିବାର ଛେଣ୍ଡିପଦା ଫରେଷ୍ଟର ପଦ୍ମଚରଣ ସାହୁ, ଗାର୍ଡ କବିତା ପ୍ରଧାନ, ଆଦିକନ୍ଦ ପ୍ରଧାନ ଏବଂ ସ୍କ୍ୱାର୍ଡ୍ କର୍ମ·ରୀ ଏବଂ ବିଦୁ୍ୟତ୍ ବିଭାଗ କର୍ମ·ରୀମାନେ କସିଡିହ ସଂରକ୍ଷିତ ଜଙ୍ଗଲ ଭିତରେ ଜଗି ରହିଥିଲେ । କସିଡିହ ଗ୍ରାମର ରବି ସାହୁ (୪୪) ଏବଂ ବିଶ୍ୱଧର ସାହୁ (୫୦) ନାମକ ୨ଜଣ ବ୍ୟକ୍ତି ବାର୍ହା ଶିକାର କରିବା ଉଦ୍ୟେଶରେ ଜଙ୍ଗଲ ନିକଟରେ ଥିବା ଏକ ବାଦାମ ବଗି· ବିଦୁ୍ୟତ୍ ତାର ବିଛାଇ ନିକଟରେ ଯାଇଥିବା ୧୧କେଭି ତାରରେ ହୁକ ପକାଇବା ସମୟରେ ବନବିଭାଗ କର୍ମ·ରୀ ୨ ଶିକାରୀଙ୍କୁ ମାଡି ବସିଥିଲେ । ବିଦୁ୍ୟତ୍ ବିଭାଗ କର୍ମ·ରୀମାନେ ଲାଇନ କାଟି ତାର ଖୋଲି ଥିଲେ । ବନବିଭାଗର ରବି ଏବଂ ବିଶ୍ୱଧରଙ୍କୁ ଗିରଫ କରି ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି । ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଫରେଷ୍ଟର ପଦ୍ମ ଚରଣ ସାହୁ ପ୍ରକାଶ କରିଛନ୍ତି ।