ନିଗମର କାର୍ଯ୍ୟାବଳୀ ସମୀକ୍ଷା କଲେ ଜିଲ୍ଲାପାଳ

ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ସୁଧାର ଆଣିବା ନେଇ କେନ୍ଦ୍ର ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସବୁସ୍ତରରେ ଉଦ୍ୟମ ହେଉଛି । ପୂର୍ବପେକ୍ଷା ଯଦିଓ କିଛିଟା ସୁଫଳ ମିଳୁଛି କିନ୍ତୁ ଆଶାତୀତ ଭାବେ ସଫଳତା ହାସଲ କରିବାରେ ଆମେ ସକ୍ଷମ ହୋଇପାରୁ ନାହିଁ । ପରିମଳ ସୁଧାର ଆଣିବା ନେଇ ବିଭିନ୍ନ ନିଆରା ପଦକ୍ଷେପ ନେଇ କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ ସମୟରେ ପୁରସ୍କୃତ ହୋଇଥିଲେ ସୁଦ୍ଧା ସ୍ୱଚ୍ଛ ସେର୍ବେକ୍ଷଣ ଅଭିଯାନ ର୍ୟାଙ୍କରେ ଗତବର୍ଷ ତୁଳନାରେ ଆମେ ପଛରେ ପଡ଼ିଯାଇଛେ । ଗତବର୍ଷ ବ୍ରହ୍ମପୁର ମହାନଗର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚଳିତବର୍ଷ ତୃତୀୟ ସ୍ଥାନକୁ ଖସିଛି । ତେବେ କେଉଁ କାରଣ ଯୋଗୁ ର୍ୟାଙ୍କ ତାଲିକା କମିଲା ତାହାକୁ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରବିବାର ସମୀକ୍ଷା କରିବା ସହ ପରିମଳ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏହାର ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଜିଲ୍ଲାପାଳ ଭାବେ ଶ୍ରୀ ପରିଡା ଦାୟିତ୍ୱ ନେବାର ୩ମାସ ହୋଇସାରିଥିବା ବେଳେ ରବିବାର ପ୍ରଥମକରି ନିଗମର କାର୍ଯ୍ୟବଳୀ ନେଇ ସମୀକ୍ଷା କରିଥିଲେ । ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ସହରର ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କିପରି ବିକାଶମୂଳକ କାର୍ଯ୍ୟଗୁଡିକ ତ୍ୱାରାନ୍ୱିତ ହେବ ସେନେଇ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ପ୍ରତି ନିଗମ ଅଧୀନରେ ମାସିକ ପ୍ରାୟ ୮କୋଟି ଟଙ୍କାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହେଉଥିବା ବେଳେ ଆଗାମୀ ଦିନରେ ଏହାର ଅଭିବୃଦ୍ଧି ଘଟି ଯେପରି ୧୫କୋଟିରୁ ଊଦ୍ଧ୍ୱର୍ ହେବ ସେଦିଗରେ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ କହିଥିଲେ । ଖାମଖିଆଲି ଢଙ୍ଗରେ କାର୍ଯ୍ୟ କରିବା ଯୋଗୁ ସମସ୍ତ କାର୍ଯ୍ୟ ବିଳମ୍ବ ଘଟୁଛି ବୋଲି ଜିଲ୍ଲାପାଳ କହିଥିଲେ । ନିଜନିଜ ମଧ୍ୟରେ କାର୍ଯ୍ୟ କରିବାର ପ୍ରଣାଳୀକୁ ବଦଳାଇ ବିକାଶମୂଳକ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ନେଇ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ସେ କହିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ପରିମଳ ଓ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀମାନେ ୱାର୍ଡ ଅନୁଯାୟୀ ରୋଡ୍ମ୍ୟାପ୍ ପ୍ରସ୍ତୁତ କରି ତଦ୍ଅନୁଯାୟୀ କାର୍ଯ୍ୟ କଲେ ସମସ୍ୟା ରହିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରେ କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଡେପୁଟି କମିଶନର ଆର୍ଶିବାଦ ଜେନା, ନିର୍ବାହୀଯନ୍ତ୍ରୀ ବସନ୍ତ ପାଢ଼ୀଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *