ରୁଷ୍-କ୍ରିମିଆ ବି୍ରଜ୍ ଧ୍ୱସ୍ତ

ମସ୍କୋ, ୮ା୧୦: ରୁଷକୁ କ୍ରିମିଆ ସହ ଯୋଡୁଥିବା କର୍ଚ ରେଲୱେ ବି୍ରଜ୍ ପ୍ରଚଣ୍ଡ ବିସ୍ଫୋରଣରେ ଧ୍ୱସ୍ତ ହୋଇଯାଇଛି । ଶନିବାର ସକାଳ ୬ଟାବେଳେ ହୋଇଥିଲା ବିସ୍ଫୋରଣ । ସେଥିରେ ତିନିଜଣ ଲୋକ ପ୍ରାଣ ହରାଇଛନ୍ତି । ବ୍ରିଜ୍ରେ ବିସ୍ଫୋରଣ ପରଠାରୁ ସୋସାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବ୍ରିଜ୍ ଅତିକ୍ରମ କରୁଥିବା ରୁଷିଆର ଏକ ମାଲ୍ବାହୀ ଟ୍ରେନ୍ର ଅନେକ ଇନ୍ଧନ ଟ୍ୟାଙ୍କ ଜଳୁଥିବା ଏବଂ ରେଲୱେ ବ୍ରିଜ୍ ସଂଲଗ୍ନ ରୋଡ୍ୱେ ବ୍ରିଜ୍ର ଏକ ଅଂଶ ସମୁଦ୍ରକୁ ଖସି ପଡିଥିବା ଭିଡିଓରେ ଦେଖିବାକୁ ମିଳିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍ଙ୍କ ଜନ୍ମଦିନରେ ଏଭଳି ବିସ୍ଫୋରଣ ତାଙ୍କ ଗାଲରେ ଶକ୍ତ ଚାପୁଡା ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଜେନେରାଲ୍ ତଥା ଯୁଦ୍ଧ ନୀତି ବିଶେଷଜ୍ଞ ମିକ୍ ରୟାନ୍ ।
ଟ୍ରକ୍ ବୋମା ବିସ୍ଫୋରଣ ପରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମୁଖ୍ୟ ଉପଦେଷ୍ଠା ପୋଡୋଲାକି ଟ୍ୱିଟ୍ କରି କହିଛନ୍ତି କ୍ରିମିଆ ବି୍ରଜ୍ ବିସ୍ଫୋରଣ ଆରମ୍ଭ ମାତ୍ର । ରୁଷକୁ ୟୁକ୍ରେନ୍ରୁ ଚୋରାଇ ନେଇଥିବା ସବୁ ସାମଗ୍ରୀ ଫେରାଇବାକୁ ହେବ । ସବୁ ଅବୈଧ ସାମଗ୍ରୀ ନଷ୍ଟ ହେବ ।
କର୍ଚ ବି୍ରଜ୍ ରୁଷର କ୍ରିମିଆ ଦଖଲର ପ୍ରତୀକ ସ୍ୱରୂପ ଥିଲା । ୨୦୧୪ରେ ରୁଷ୍ କ୍ରିମିଆ ଦଖଲ କରିନେବା ପରେ ୨୧ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏହି ବ୍ରିଜ୍ ନିର୍ମାଣ କରାଯାଇଥିଲା ।
ରୋଡ୍ୱେ ବି୍ରଜ୍ର ଲମ୍ବ ୧୯ କିଲୋମିଟର । ବ୍ରିଜ୍କୁ ୨୦୧୮ରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ୨୦୨୦ରେ ରେଲୱେ ବ୍ରିଜ୍ କାମ ଆରମ୍ଭ ହୋଇଥିଲା । ଏବେ ସେହି ବ୍ରିଜ୍ କ୍ଷତିଗ୍ରସ୍ତ ହେବା ଦ୍ୱାରା ମସ୍କୋକୁ ବଡ଼ ଝଟ୍କା ଲାଗିଛି । କାରଣ ୟୁୂକ୍ରେନ୍ରେ ଯୁଦ୍ଧରତ ରୁଷିୟ ସୈନିକମାନଙ୍କ ପାଖକୁ ଲଜିଷ୍ଟିକ୍ ଏହି ବି୍ରଜ୍ ଦେଇ ସପ୍ଲାଇ କରାଯାଉଥିଲା ।
ରୁଷ୍ର ନ୍ୟାସନାଲ୍ ଆଣ୍ଟି ଟେରରିଜମ୍ କମିଟି (ଏନ୍ଏସି) କହିଛି ବିସ୍ଫୋରଣ ରୋଡ୍ୱେ ପାଶ୍ୱର୍ରେ ହୋଇଛି । ଏକ କାର୍ଗୋ ଯାନରେ ବିସ୍ଫୋରଣ ହେବାରୁ ମାଲବାହୀ ଟ୍ରେନ୍ର ୭ଟି ଫୁ୍ୟଏଲ୍ ଟ୍ୟାଙ୍କର୍ ଜଳିଯାଇଛି । ଟ୍ରେନ୍ଟି କ୍ରିମିଆ ଅଭିମୁଖେ ଯାଉଥିଲା । କ୍ରିମିଆ ପାର୍ଲାମେଣ୍ଟର ସ୍ପିକର ବିସ୍ଫୋରଣ ପାଇଁ ୟୁକ୍ରେନ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଖୁବ୍ ଶୀଘ୍ର ବ୍ରିଜ୍ ମରାମତି ହୋଇଯିବ । ବିସ୍ଫୋରଣର ତଦନ୍ତ ଆଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ୨୦୨୭ ଦିନ ହେଲା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୨ ମାସ ହେଲା କ୍ରିମିଆକୁ ୟୁକ୍ରେନୀ ସୈନିକମାନେ ଟାର୍ଗେଟ୍ କରି ଆସୁଅଛନ୍ତି । ନିକଟରେ ୟୁକ୍ରେନ୍ ପକ୍ଷରୁ ରୁଷ୍ର ସାକୀ ନାଭାଲ୍ ଏୟାର ବେସ୍ ଉପରେ ଆକ୍ରମଣ କରାଯାଇଥିଲା । ଏହିସବୁ ଘଟଣାରୁ ୟୁକ୍ରେନ୍ କ୍ରିମିଆ ଫେରିପାଇବାକୁ ଉଦ୍ୟମ ଚଳାଇଥିବା ଅନୁମାନ କରାଯାଉଛି । କ୍ରିସ୍ମାସ୍ ସୁଦ୍ଧା ରୁଷୀୟ ସେନାର ସମ୍ପୂର୍ଣ୍ଣ ପରାଜୟ ଘଟିପାରେ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *