କଂଗ୍ରେସ ଅଧ୍ୟକ୍ଷ ରିମୋଟ୍ ପରିଚାଳିତ ନୁହନ୍ତି

ସମାଲୋଚକଙ୍କ ମୁହଁ ବନ୍ଦ କଲେ ରାହୁଲ
ନୂଆଦିଲ୍ଲୀ(ଏଜେନ୍ସି): ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ରହିଥିବା ସତ୍ତ୍ୱେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳ ମଧ୍ୟରେ କ’ଣ ଚାଲିଛି, ଦଳ ପ୍ରତି କିଏ କ’ଣ କହୁଛି ସେସବୁ ସମ୍ପର୍କରେ ଟିକିନିଖି ଖବର ରଖୁଛନ୍ତି । ଏପରିସ୍ଥଳେ ଶନିବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଚର୍ଚ୍ଚା ତଥା କଟାକ୍ଷକୁ ଖଣ୍ଡନ କରିଛନ୍ତି । ରାହୁଲ କହିଛନ୍ତି ଯେ, ଦଳର ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାର ଦ୍ୱାରା ରିମୋଟ୍ କଣ୍ଟ୍ରୋଲରେ ପରିଚାଳିତ ହେବେ ବୋଲି ପ୍ର·ର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ଏହା ଏକ ଅପପ୍ରଚାର । ରାହୁଲଙ୍କ କହିବାନୁସାରେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଭୟ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖର୍ଗେ ଏବଂ ଶଶି ଥରୁର ନିଜ ସ୍ତରରେ ବେଶ୍ ଶକ୍ତିଶାଳୀ ଏବଂ ବୁଦ୍ଧିମାନ ବ୍ୟକ୍ତିତ୍ୱ । ଏମାନଙ୍କୁ କେହି ପରିଚାଳିତ କରିବାର ଆବଶ୍ୟକତା ନାହିଁ । ଦଳର ଭଲମନ୍ଦ ସମ୍ପର୍କରେ ଉଭୟ ବେଶ୍ ସଚେତନ । ଆବଶ୍ୟକ ସ୍ଥଳେ ନିଜ ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ଦଳର ହିତ ଉଦେ୍ଦଶ୍ୟରେ ନିଷ୍ପତ୍ତି ନେବାର କ୍ଷମତା ଉଭୟଙ୍କ ପାଖରେ ରହିଛି ।
ଏତଦ୍ବ୍ୟତୀତ ରାହୁଲ ଭାରତ ଯୋଡୋ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ରାହୁଲ କହିଛନ୍ତି କଂଗ୍ରେସ ସର୍ବଦା ଦେଶବାସୀଙ୍କୁ ପ୍ରାଥମିକତା ଦେଇଆସିଛି । ଭାରତ ଯୋଡୋ ଯାତ୍ରା ମାଧ୍ୟମରେ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚôବାର ଲକ୍ଷ୍ୟ ରଖିଛି । ସେହିପରି ଆରଏସ୍ଏସ୍ ସମ୍ପର୍କରେ ନିଜ ମତ ରଖି ରାହୁଲ କହିଛନ୍ତି, ଆରଏସଏସ୍ ଇଂରେଜ ସରକାରକୁୂ ସମର୍ଥନ କରୁଥିଲା । ସଭରକର ଇଂରେଜ ସରକାର ପାଇଁ କାମ କରୁଥିଲେ ଏବଂ ସେଥିପାଇଁ ତାଙ୍କୁ ପଇସା ମଧ୍ୟ ବି୍ରଟିଶ ସରକାର ଦେଉଥିଲା । ସଭରକର ସ୍ୱାଧୀନତା ସଂଗ୍ରାମୀ ନଥିଲେ ବୋଲି ରାହୁଲ କହିଛନ୍ତି । ସେହିପରି ଦେଶ ବିଭାଜନ ପଛରେ ଆରଏସ୍ଏସ୍ ଚିନ୍ତାଧାରା ରହିଥିବା ରାହୁଲ କହିଛନ୍ତି । ଅନ୍ୟପକ୍ଷେ ବିଜେପି ସରକାରକୁ ମଧ୍ୟ ରାହୁଲ ଏହି ଅବସରରେ ର୍ଟାେଗଟ୍ କରିବା ଦେଖିବାକୁ ମିଳିଛି । ନୂଆ ଶିକ୍ଷା ନୀତି ଆଳରେ ଦେଶର ଇତିହାସ, ସଂସ୍କୃତିକୁ ଧ୍ୱଂସ କରିଦେବାକୁ ବିଜେପି ଷଡଯନ୍ତ୍ର କରୁଛି ବୋଲି ରାହୁଲ ଅଭିଯୋଗ କରିଛି । ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଏବଂ କଂଗ୍ରେସ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିଜେପି ଯେଉଁ ଅଭିଯୋଗ କରୁଛି ସେସବୁକୁ ମଧ୍ୟ ରାହୁଲ ଖଣ୍ଡନ କରିଛନ୍ତି । ଘୃଣା ଓ ହିଂସା ବିସ୍ତାର କରିବା ଏକ ଜାତୀୟ ବିରୋଧୀ କାର୍ଯ୍ୟ ଏବଂ ଏସବୁ ବିଜେପି ତଥା ଆରଏସ୍ଏସ୍ର ଚିନ୍ତାଧାରା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *