କଟକରେ ଏସିଡ୍ ମାଡ଼, ଦୁଇ ଯୁବକ ଗୁରୁତର

କଟକ, ୮ ।୧୦ (ବୁ୍ୟରୋ): କଟକ ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକ ଅଞ୍ଚଳରେ ଆଜି ଦିନ ଦ୍ୱିପହରରେ ଜଣେ ଯୁବକଙ୍କୁ ଏସିଡ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ବାଲୁବଜାର ଅଞ୍ଚଳର ସତ୍ୟବାନ ସାହୁ (୧୯) ନାମକ ଜଣେ ଯୁବକ ଗୁରୁତର ହେବା ସହ ତାଙ୍କ ବନ୍ଧୁ ସୌମ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଏ ସଂକ୍ରାନ୍ତରେ ଲାଲବାଗ ଥାନାରେ ଏତଲା ଦିଆଯାଇଛି । ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ ଅଭିଯୁକ୍ତ ଚାନ୍ଦିନୀଚୌକ ଅଞ୍ଚଳର ନବୀନା (୪୦) ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ନେଇ ସୂଚନା ମିଳିଛି । ସୂଚନାମୁତାବକ, ଚାନ୍ଦିନଚୌକ ଅଞ୍ଚଳର ଅଭିଯୁକ୍ତ ନବୀନା ସହ ସତ୍ୟବାନର ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଏପରିକି ନବୀନା ଦୀର୍ଘଦିନ ହେବ ସତ୍ୟବାନକୁ ହଇରାଣ ହରକତ କରିବା ସହ ଫୋନରେ ମଧ୍ୟ ଗାଳି ଗୁଲଜ କରୁଥିଲେ । କିନ୍ତୁ ଆଜି ସକାଳେ ନବୀନା ସତ୍ୟବାନଙ୍କ ଭଉଣୀକୁ କଲକରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏନେଇ ଭଉଣୀ ଭାଇ ସତ୍ୟବାନଙ୍କୁ ଜଣାଇଥିଲେ । ସତ୍ୟବାନ ଓ ତାଙ୍କର ବନ୍ଧୁ ଉଭୟ ନବୀନାକୁ ଏ ସମ୍ପର୍କରେ ପଚାରି ଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାସହ ଉଗ୍ରରୂପ ନେଇଥିଲା । ନବୀନା ରାଗିଯାଇ ହଠାତ୍‌ ସତ୍ୟବାନ ଓ ତାଙ୍କ ସାଙ୍ଗ ସୌମ୍ୟଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଉଭୟ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବାବେଳେ ନବୀନା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରୁ ହିନ୍ଦୁ ସେନା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ପ୍ରଥମେ ସିଟି ହସ୍ପିଟାଲ ପରେ ଅବସ୍ଥା ଗୁରୁତର ହେବାରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କୁ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *