ବାଛନ୍ଦ ପରିବାରର ଶବ ଦାହକଲେ ଗ୍ରାମବାସୀ

ନରସିଂହପୁର (ଆପ୍ର): ଆଜିର ଦିନରେ ସମାଜରେ ବସବାସ କରୁଥିବା ଲୋକମାନଙ୍କର ଚଳଣିରେ ପରିବର୍ତ୍ତନ ଆଣିବା ପାଇଁ ଜାତିର ଭେଦଭାବ ଏବଂ ସମାଜରୁ ବାଛନ୍ଦ କରାଯାଉଥିବା ପରିବାରକୁ ବିଭିନ୍ନ ସହେଯାଗ ସରକାରଙ୍କ ଦ୍ୱାରା ଆଇନଗତ ସହାୟତା ପ୍ରଦାନ କରାଯାଉଛି । ମାତ୍ର ଏବେବି ବିଭିନ୍ନ ଜମାଜରେ ଏହି ବାଛନ୍ଦ ଭଳି କୈାଳକ ପ୍ରଥାକୁ ବଞ୍ଚାଇ ରଖିଛନ୍ତି । ଯାହାକି ଗୋଟିଏ ବାଛନ୍ଦ ପରିବାରର କେହି ଚାଲିଗଲେ ଶବଦାହ ପାଇଁ ପ୍ରଥମେ ଜାତିରେ ମିଶିବ ନଚେତ୍ ତାର ଶବକୁ କେହି ଛୁଇଁ ପାରିବେ ନାହିଁ । ଏଭଳି ଅଭାୟନିୟ ଘଟଣା ଦେଖାଦେଇଛି ନରସିଂହପୁର ବ୍ଲକ ଅର୍ନ୍ତଗତ ବଡଭୂଇଁ ପଞ୍ଚାୟତ ମାଳିସାହି ଅସବର୍ଣ୍ଣ ସାହିରେ ।
ମିଳିଥିବା ସୂଚନାରୁ ପ୍ରକାଶ ଯେ ମାଳିସାହି ଗ୍ରାମର ୯ନମ୍ବର ୱାର୍ଡର ସଉରି ନାଏକ କୈାଣସି କାରଣକୁ ନେଇ ତାଙ୍କର ଜାତି ସମାଜ ବାଛନ୍ଦ ରଖିଥିଲେ । ଏହା ମଧ୍ୟରେ ତାଙ୍କ ଝିଅ ରୁବିନା ନାଏକ (୨୨)ଙ୍କର ଦେହ ଖରାପ ରହିଥିଲା । ଏହାପରେ ରୁବିନାର ଦେହାନ୍ତ ଶୁକ୍ରବାର ପୂର୍ବାହ୍ନରେ ହୋଇଥିଲା । ଯେହେତୁ ତାଙ୍କ ପରିବାର ଜାତି ସମାଜରୁ ବାଛନ୍ଦ ରହିଥିଲେ ତାଙ୍କର ଶବକୁ ଆଖପାଖ ପଡୋଶୀ ଛୁଇଁ ନଥିଲେ । ଧୀରେଧୀରେ ରାତି ହେବାକୁ ଲାଗିଥିଲା । ଏହାପରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ପରିବାରର ସହମତି କ୍ରମେ ବଡଭୂଇଁ ଗ୍ରାମର ପୂର୍ବତନ ସରପଞ୍ଚ ବାଇଧର ସାହୁ, ସରପଞ୍ଚ ସୁବାସିନୀ ସାହୁ, ସମିତିସଭ୍ୟ ପ୍ରଦୀପ କୁମାର ମହାପାତ୍ର, ସମାଜସେବୀ ବିଟୁ ସାହୁଙ୍କ ସମେତ ବହୁ ଯୁବକଙ୍କ ସହଯୋଗରେ ରୁବିନାର ଶବକୁ ଗ୍ରାମ ଶ୍ମଶାନରେ ଦାହ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *