ବର୍ଷା ଭିଜା ଭସାଣି

ଆର ବରଷକୁ ଅପେକ୍ଷା
ବର୍ଷା ସତ୍ତ୍ୱେ ବି ଫିକା ପଡ଼ିଲାନି
କଟକ (ବୁ୍ୟରୋ): ଗତ ଦୁଇ ବର୍ଷର କରୋନା କଟକଣା ପରେ ଏଥର କଟକରେ ଶାରଦୀୟ ଦୁର୍ଗା ପୂଜା ଭସାଣି ପ୍ରଥମ ପର୍ଯ୍ୟାୟରେ ଫିକା ପଡ଼ିଥିବା ବେଳେ ଶେଷ ମୁହୂର୍ତ୍ତରେ ଜମିଥିଲା । ଲଘୁଚାପ ଜନିତ ମେଘୁଆ ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଦଶହରା ଉସôବରେ ବାଧା ସାଜି ଥିଲେ ସୁଦ୍ଧା ପୂରା ଯାକଜକମରେ ମା’ ମହିଷାମର୍ଦ୍ଦିନୀଙ୍କୁ ଚଳିତ ବର୍ଷ ମେଲାଣି ଦିଆଯାଇଛି । ଗତକାଲି ସକାଳୁ ପାରମ୍ପରିକ ରୀତିରେ ସହରବାସୀ ବିଭିନ୍ନ ପୂଜା ମଣ୍ଡପରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତୀକୁ ଶୋଭାଯାତ୍ରାରେ ନେଇ ପୁରୀଘାଟ ନିକଟ କାଠଯୋଡି ନଦୀର ଦେବୀଗଡାଠାରେ ବିସର୍ଜନ କରିଛନ୍ତି । ଦିନ ସାରା ଝିପ ଝିପ ବର୍ଷାରେ ମା’ଙ୍କୁ ବିଦାୟ ଦେଇଥିଲେ ସହରବାସୀ । ସେହିପରି ବିଡ଼ାନାସୀ ମେଢ଼ ସମେତ ଫିରିଙ୍ଗବଜାର, ଚାନ୍ଦୀନଚୌକ, ତଳ ତେଲେଙ୍ଗାବଜାର ଆଦି ମେଢ଼ ଗୁଡ଼ିକ ଆଜି ବିସର୍ଜିତ ହୋଇଛି । ସହରବାସୀ ମା’ ଜଗଜ୍ଜନନୀଙ୍କୁ ଅଶ୍ରୁଳ ବିଦାୟ ଦେବା ସହ ଆସନ୍ତା ବର୍ଷ ମା’ଙ୍କ ଆଗମନ ପାଇଁ ଅପେକ୍ଷା କରିଛନ୍ତି । ତେବେ କାଁ ଭାଁ ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଦେଲେ ଅନ୍ୟ କିଛି ସେପରି ବିଶେଷ ଅଘଟଣ ଘଟିନାହିଁ ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସହରରେ ୧୭୦ଟି ମଣ୍ଡପରୁ ୧୧୦ଟି ମା’ ଦୁର୍ଗା ଓ ଅବଶିଷ୍ଟ ସ୍ଥାନରେ ହରପାର୍ବତୀ, ଚୈତନ୍ୟ ଓ କାଳୀୟଦଳନ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲେ । ସେଥିମଧ୍ୟରୁ ୨୮ଟି ମଣ୍ଡପରେ ଚାନ୍ଦିମେଢ଼ ଦଶହରାର ଶୋଭା ବର୍ଦ୍ଧନ କରିଥିଲା । ସୁଉଚ୍ଚÿ ତୋରଣ ସାଙ୍ଗକୁ ରାସ୍ତାଯାକ ରଙ୍ଗବେରଙ୍ଗର ଝଲମଲ ଆଲୋକମାଳାରେ ସହର ଝଲସି ଉଠିଥିଲା । ଶାନ୍ତିଶୃଙ୍ଖଳା ପାଇଁ କମିଶନରେଟ ପୁଲିସ ପକ୍ଷରୁ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଥିଲା । ଚଳିତବର୍ଷ ପୂଜା ମଣ୍ଡପ ନିକଟରେ ପଲିଥିନ ନିଷେଧ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ପାରମ୍ପରିକ ବାଉଁସ ଡାଲା, ପିତ୍ତଳ ଡାଲା ସହିତ କାଇଁଚ ଡାଲାରେ ଭୋଗ ନେଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଏଥିସହିତ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ତେବେ କାଁଭାଁ କେତେକ ଘଟଣାକୁ ବାଦଦେଲେ ଶାରଦୀୟ ଉସôବ ଶୃଙ୍ଖଳାର ସହ ସମାପିତ ହୋଇଥିଲା । ଏଥର ଭସାଣ ଉସôବ ପାଇଁ କଟକରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା? ଦେବୀଗଡାଠାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ଲାଗି ୩ଟି କୁତ୍ରିମ ପୋଖରୀ ନିର୍ମାଣ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *