ଜୀବଜନ୍ତୁଙ୍କ ସଂରକ୍ଷଣ ଆମ ଦାୟିତ୍ୱ

୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଭୁବନେଶ୍ୱର (ବୁ୍ୟରୋ): ୬୮ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେପରି ଅଧିକାର ରହିଛି, ସେହିପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ସମାନ ଅଧିକାର ରହିଛି । ଜୀବଜନ୍ତୁଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲି ଯୋଗଦେଇଥିଲେ । ଏହି ଅବସରରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥବା ବିଭିନ୍ନ ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଓଡ଼ିଶାର ଜୈବ ବିବିଧତା ଅତୁଳନୀୟ । ବନ୍ୟପ୍ରାଣୀ ଅଭୟାରଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ହାତୀ ଓ ଅନ୍ୟ ବନ୍ୟଜନ୍ତୁଜନିତ ଅପ୍ରରାଧ ରୋକିବାକୁ ଯୁଗ୍ମ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ଏପଟେ ନନ୍ଦନକାନନକୁ ଅନ୍ତର୍ଜାତୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି । ବନ୍ୟଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ଗତବର୍ଷ ଜଙ୍ଗଲ ଭିତରେ ଥିବା ୪୭୯ ପରିବାରକୁ ସ୍ୱେଚ୍ଛାକୃତ ସ୍ଥାନାନ୍ତର କରାଯାଇଛି ।
ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ ଶାସନ ସଚିବ ଡ଼. ମୋନା ଶର୍ମାଙ୍କ ସୂଚନା ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅନୁଦାନ ଦେବାକୁ ଅନୁକମ୍ପା ଯୋଜନା ଆରମ୍ଭ ହୋଇଛି । ଏହା ଏକ ଅନଲାଇନ ଯୋଜନା । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସହାୟତା ପାଇବାକୁ ଏଥିରେ ଆବେଦନ ଦାଖଲ କରିପାରିବେ, ଯେଉଁଥିରେ ତାଙ୍କ ପରିବାରକୁ ସହାୟତା ମିଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *