ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ
ସ୍ୱଚ୍ଛ ସର୍ବେକ୍ଷଣ
ଛତ୍ରପୁର (ଆପ୍ର): କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ ପାଇଁ ତଥ୍ୟ ସଂଗ୍ରହ କରଯାଇଥିଲା । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ୱଚ୍ଛତା ସର୍ଭେକ୍ଷଣ ମାଧ୍ୟମରେ ସହରାଞ୍ଚଳ ପରିମଳ ବ୍ୟବସ୍ଥା ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ କରାଯାଇ ଅକ୍ଟୋବର ୧ରେ ଏହାର ଫଳାଫଳ ଘୋଷଣା କରାଯାଇଥିଲା । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ଯୋଗ ଦେଇଥିଲେ । ସ୍ୱଚ୍ଛ ସର୍ବେକ୍ଷଣ ଉପରେ ପୂର୍ବାଞ୍ଚଳ ଜୋନ୍ର ୧୫୦୦୦ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳର ଦ୍ରୁତ ପରିମଳ ପରିଚାଳନାରେ ଓଡିଶାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ସ୍ଥାନ ଅଧିକାର କରିଥିଲା । କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ଉକ୍ତ ସର୍ଭେକ୍ଷଣର ପୁରସ୍କାର ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଭି. କୀର୍ତ୍ତିଭାସନ, ପ୍ରକଳ୍ପ ନିଦେ୍ର୍ଦଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଏନ୍ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ବିତ ସଂଗ୍ରାମଜିତ ସାହୁ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସାନିଟେସନ ବିଶେଷଜ୍ଞ ଦୀପକ କୋଠିଆ ଓ କନିଷ୍ଠ ସାନିଟେସନ ବିଶେଷଜ୍ଞ ବାଳକୃଷ୍ଣ ନାୟକ ପ୍ରମୁଖ ପୁରସ୍କାର ଗ୍ରହଣ କରିଥିଲେ ।
ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସାରା ଭାରତରେ ଥିବା ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୪୧ ନମ୍ବରରେ ଥିବା ବେଳେ ଓଡିଶାର ୧ ନମ୍ବର ସ୍ଥାନରେ ରହିଛି । ଏହି ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉତ୍ତମ ସିଟିଜେନ୍ ଫିଡ୍ବ୍ୟାକ ପାଇଁ ପୁରସ୍କୃତ ହୋଇଥିଲା । ଭାରତର ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୧୧୧ ନମ୍ବର ଓ ଓଡିଶାର ଚତୁର୍ଥ ସ୍ଥାନ ଅଧିକାର କରିଥଲା । ଉକ୍ତ ସର୍ବେକ୍ଷଣର ପୁରସ୍କାର ମଧ୍ୟ କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ପ୍ରଦାନ କରିଥିଲେ । ଉକ୍ତ ପୁରସ୍କାରକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଭି. କୀର୍ତ୍ତିଭାସନ, ପ୍ରକଳ୍ପ ନିଦେଦ୍ଦଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଏନ୍ଏସି ଅଧ୍ୟକ୍ଷ ଫିରୋଜ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ରାକେଶ ପାତ୍ର ଓ କନିଷ୍ଠ ସାନିଟେସନ ବିଶେଷଜ୍ଞ ଜି. ପ୍ରବିନ କୁମାର ଗ୍ରହଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ପରିଡ଼ା ଓ ପ୍ରକଳ୍ପ ନିଦେ୍ର୍ଦଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ଶ୍ରୀ ନାୟକଙ୍କ ଅକ୍ଳାନ୍ତ ପରିଶ୍ରମ, ବରିଷ୍ଠ ମାର୍ଗ ଦର୍ଶନ ଯୋଗୁଁ ଗଞ୍ଜାମ ଜିଲ୍ଲାର ୨ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଜାତୀୟ ସ୍ତରରେ ପୁରସ୍କୃତ ହୋଇପାରିଛି । ଆଗାମୀ ଦିନରେ ଆହୁରି ଅଧିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ଅଭିଯାନରେ କିଭଳି ଅଂଶୀଦାର ହୋଇପାରିବେ ସେହି ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା ଓ ପ୍ରକଳ୍ପ ନିଦେ୍ର୍ଦଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ନାୟକ କହିଛନ୍ତି ।