ନଭେମ୍ବର ୩ରେ ଭୋଟ୍

ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ
ଭୁବନେଶ୍ୱର, ୩ା୧ଠ(ବୁ୍ୟରୋ): ଧାମନଗର ବିଧାନସଭା ଉପନିର୍ବାଚନ ବିଗୁଲ ବାଜିଛି । ନଭେମ୍ବର ୩ରେ ଉପନିର୍ବାଚନ ହେବ । ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୧୪ ଯାଏ ଚାଲିବ ନାମାଙ୍କନ ଦାଖଲ । ୧୫ରେ ପ୍ରାର୍ଥôପତ୍ର ଯାଞ୍ଚ ଓ ୧୭ରେ ପ୍ରାର୍ଥôପତ୍ର ପ୍ରତ୍ୟାହାର । ନଭେମ୍ବର ୬ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫଳ । ନଭେମ୍ବର ୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କିଛି ଦିନ ତଳେ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଯୋଗୁଁ ଏହି ଆସନ ଖାଲି ପଡିଥିଲା ।
ଅନ୍ୟ ୫ ରାଜ୍ୟର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା- ମହାରାଷ୍ଟ୍ରର ଅନେ୍ଧରୀ ପୂର୍ବ, ବିହାରର ମୋକାମା ଓ ଗୋପାଳଗଞ୍ଜ, ହରିଆଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଆସନ ପାଇଁ ମଧ୍ୟ ନଭେମ୍ବର ୮ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।
ଧାମନଗର ବିଧାନସଭା ଆସନ ଖାଲି ହେଲା ବୋଲି ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଧାନସଭା ସଚିବ ଦାଶରଥି ଶତପଥୀ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଥିଲେ ।
ଗତ ମାସ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ବିଷ୍ଣୁ ସେଠୀ ବିଧାୟକ ସହ ବିରୋଧୀ ଦଳ ଉପନେତା ଥିଲେ । କିଡ୍ନୀ ଜନିତ ସମସ୍ୟା ପାଇଁ ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା । କୌଣସି ନିର୍ବାଚିତ ଲୋକପ୍ରତିନିଧିଙ୍କର ଦେହାନ୍ତ ହେଲେ ନିର୍ବାଚନ ପ୍ରକ୍ରିୟା ୬ ମାସ ମଧ୍ୟରେ ଶେଷ କରିବା ନିୟମ ରହିଛି ।
ଧାମନଗର ଉପନିର୍ବାଚନ ପାଇଁ ଏବେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ୨୦୨୪ ପୂର୍ବରୁ ଏହି ଉପନିର୍ବାଚନ ନିଶ୍ଚିତ ଭାବେ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଏହା ନିଶ୍ଚିତ ଭାବରେ ଆଗାମୀ ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି ।
ଇତି ମଧ୍ୟରେ ଉପନିର୍ବାଚନରେ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସେମିଫାଇନାଲ ଆମେ ଖେଳିବୁ, ଫାଇନାଲ ମଧ୍ୟ ଖେଳିବୁ । ବିଜେଡ଼ି ଓ ବିଜେପିକୁ ଛାଡ଼ିଦେଲେ ଅନ୍ୟ ଟିମ୍ହିଁ ନାହିଁ । ବିଜେପି ଫାଇନାଲ ମ୍ୟାଚ୍ ଜିତିବାକୁ ·ହୁଁଛି । ଫାଇନାଲ ପୂର୍ବରୁ ଦୁଇଟି ଉପନିର୍ବାଚନ ପ୍ରାକ୍ଟିସ ମ୍ୟାଚ୍ । ଏଗୁଡ଼ିକୁ ବି ଜିତିବାକୁ ପ୍ରୟାସ କରିବୁ । ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଧାମନଗରରେ ଦଳର ସଙ୍ଗଠନ ଦୃଢ଼ ଅଛି । ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ । ଲଢେଇ ଜୋରଦାର ହେବ । ଆଗ୍ରେସିଭ୍ ମୁଡ୍ରେ ଦଳ ଆଗକୁ ବଢିବ । ତେବେ ଦଳ ପାଖରେ ଅନେକ ଚଏସ୍ ରହିଛି । ପ୍ରଦେଶ ନିର୍ବାଚନ କମିଟି ଖୁବଶୀଘ୍ର ବୈଠକ କରି ପ୍ରାର୍ଥୀଙ୍କ ନାମ ପଠାଇବା ପରେ ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନ କରିବ ।
ସେପଟେ ଏହି ଆସନ ହାତେଇବାକୁ ଆଶା ବାନ୍ଧିଛି ସରକାରୀ ଦଳ ବିଜେଡି । ବିଜେଡି ସାରା ରାଜ୍ୟରେ ଲୋକଙ୍କ ସହ ରହିଛି ତେଣୁ ଧାମନଗରରେ ବିଜେଡି ବାଜିମାତ କରିବ ବୋଲି କହିଛନ୍ତି ଦଳର ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, ଯେଉଁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ୱ ଥିବେ ଏବଂ ଶାସକ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଳି ନେତା ମଇଦାନରେ ଥିବେ, ସେଠାରେ ନିର୍ବାଚନ ଫଳାଫଳ ନିଶ୍ଚିତ ଭାବରେ ଏକତରଫା ହେବ । ମୁଖ୍ୟମନ୍ତ୍ରୀ ସେଠାରେ ଯାହାକୁ ପ୍ରାର୍ଥୀ କରିବେ, ସେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।
୨୦୨୪ ପୂର୍ବରୁ ଏହି ଲଢ଼େଇ ପାଇଁ କଂଗ୍ରେସ ମଧ୍ୟ ପ୍ରସ୍ତୁତ ରହିଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତାଙ୍କ ମତରେ ଏ ନିର୍ବାଚନରେ କଂଗ୍ରେସ ଭଲ କରିବ । ପ୍ରାର୍ଥୀ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ବିଜେଡି ଓ ବିଜେପି ଦୁଇ ଭାଇ । ଏ ସମ୍ପର୍କରେ ଓଡ଼ିଶାବାସୀ ଓ ଧାମନଗରବାସୀ ଜାଣିଛନ୍ତି । ତେଣୁ ଉପନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *