ସ୍ୱିଡିଶ୍ ବୈଜ୍ଞାନିକଙ୍କୁ ଭେଷଜ ନୋବେଲ୍

ଷ୍ଟକ୍ହୋମ୍, ୩ା୧ଠ: ସ୍ୱିଡେନ୍ର ବୈଜ୍ଞାନିକ ସ୍ୱାନ୍ତେ ପାବୋଙ୍କୁ ଭେଷଜ ନୋବେଲ୍ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ । ୪ଠ ହଜାର ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ନିଏଣ୍ଡରଥଲ ମାନବ ଜାତିର ଜିନୋମ୍ ସିକ୍ୱେନ୍ସ ପ୍ରସ୍ତୁତ କରିଥିବାରୁ ପାବୋ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପାବୋ ଗବେଷଣାରୁ ଜାଣି ପାରିଛନ୍ତି ଯେ, ବିଲୁପ୍ତ ହୋମନିନ୍ର ଜିନ୍ ହୋମ ସାପିଏନ୍ସ ପ୍ରଜାତିକୁ ଆସିଥିଲା ।
ଦ ନୋବେଲ୍ କମିଟି ସେକ୍ରେଟାରୀ ଥମାସ୍ ପର୍ଲମ୍ୟାନ୍ ସୋମବାର ବିଜେତାଙ୍କ ନାମ ଘୋଷଣା କରି କହିଛନ୍ତି, ପାବୋ ବିଲୁପ୍ତ ମନୁଷ୍ୟ ପ୍ରଜାତିର ଜିନୋମ୍ ଗବେଷଣାରେ ସଫଳ ହେବା ପ୍ରଥମେ ଅସମ୍ଭବ ମନେ ହୋଇଥିଲା । ସେ ନିଏଣ୍ଡରଥଲ୍ ଜିନୋମ୍ର ଆନୁବଂଶିକ ସିକ୍ୱେନ୍ସିଂ କରିଛନ୍ତି । ସେ ମଧ୍ୟ ଅଜ୍ଞାତ ହୋମିନିନ, ଡେନିସୋବା ପ୍ରଜାତିର ଡିଏନ୍ଏ ସନ୍ଧାନରେ ସକ୍ଷମ ହୋଇଛନ୍ତି ।
ସୋମବାର ଠାରୁ ଆରମ୍ଭ ହୋଇଛି ନୋବେଲ୍ ପୁରସ୍କାର ସପ୍ତାହ । ଏହା ଅକ୍ଟୋବର ୧ଠ ପର୍ଯ୍ୟନ୍ତ ଚାଲିବ । ୭ ଦିନ ମଧ୍ୟରେ ମୋଟ ୬ ପୁରସ୍କାର ଘୋଷଣା କରାଯିବ । ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ନୋବେଲ୍ ପୁରସ୍କାର ଘୋଷିତ ହେବ । ଶୁକ୍ରବାର ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରାଯିବ । ଶେଷରେ ୧ଠ ତାରିଖ ଦିନ ଘୋଷିତ ହେବ ଅର୍ଥ ଶାସ୍ତ୍ର ପୁରସ୍କାର । ବିଜୟୀ ବ୍ୟକ୍ତି ବା ସଂସ୍ଥାଙ୍କୁ ଡିସେମ୍ବରରେ ପୁରସ୍କାର ପ୍ରଦାନ କରାଯିବ । କୋଭିଡ୍ ମହାମାରୀ କାରଣରୁ ୨ଠ୨ଠ ଓ ୨ଠ୨୧ର ବିଜେତାମାନେ ପୁରସ୍କାର ନେବାଲାଗି ଷ୍ଟକ୍ହୋମ୍ରେ ପହଞ୍ଚô ପାରିନଥିଲେ । ନୋବେଲ୍ କମିଟି ଏଥର ଏହି ଦୁଇବର୍ଷର ବିଜେତାମାନଙ୍କୁ ମଧ୍ୟ ଷ୍ଟକ୍ହୋମ୍ ଆସି ପୁରସ୍କାର ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *