୧୭ରେ ହାଇଦ୍ରାବାଦରେ ଇନ୍ଭେଷ୍ଟର୍ ମିଟ୍
ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩ା୧ଠ(ବୁ୍ୟରୋ): ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଇନ୍ଭେଷ୍ଟର୍ ମିଟ୍ ହେବ । ଏହି ନିବେଶକ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଶିଳ୍ପପତିଙ୍କ ସହ ୱାନ୍-ଟୁ-ୱାନ୍ କଥା ହେବେ ଏବଂ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୩ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରିବେ । ନଭେମ୍ବର ୩୦ରୁ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଇଣ୍ଡିଆ କନ୍କ୍ଲେଭ୍-୩ । ପୂର୍ବରୁ ଦୁବାଇ, ମୁମ୍ବାଇ, ବେଙ୍ଗାଲୁରୁରେ ଇନ୍ଭେଷ୍ଟର୍ସ ମିଟ୍ ହୋଇସାରିଛି ।
ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି । ନିୟମିତ ବ୍ୟବଧାନରେ “ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ୍ ଆୟୋଜନ କରି ନିବେଶକ, ଶିଳ୍ପୋଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି । ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ହେବାକୁ ଯାଉଛି ନିବେଶକ ସମ୍ମେଳନ ।