ରାଉରକେଲାରେ ଗଡିÿବ ମୋ ବସ୍

ଭୁବନେଶ୍ୱର (ବ୍ୟୁରୋ): ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ “ମୋ ବସ୍’ । ଟୁର୍ ଅପରେଟରଙ୍କ ଜରିଆରେ କ୍ରୁଟ୍ (କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସ୍ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଟୁର ଅପରେଟର ବାଛିବା ପାଇଁ କ୍ରୁଟ୍ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରରେ ଶହେଟି ନୂଆ ବସ୍ ·ଲିବ । ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍ ରହିବ । ଏହି ସେବା ଯୋଗାଇବା ଉଦେ୍ଦଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେହିଦିନ ହିଁ ବେଷୟିକ ପ୍ରସ୍ତାବ(ଟେକ୍ନିକାଲ୍ ପ୍ରପୋଜାଲ୍) ଖୋଲାଯିବ । ପରେ ଫାଇନାନ୍ସିଆଲ୍ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯିବ । ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ । ସେବା ଉତ୍ତମମାନର ହେବା ସହିତ ବସ୍ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ । ବସ ଅପରେଟରଙ୍କ ନାମରେ ପଞ୍ଜୀକୃତ ହେବ ।
୧୯୫ ବର୍ଗକିଲୋମିଟର ପରିମିତ ରାଉରକେଲା ସହରର ଲୋକସଂଖ୍ୟା ପ୍ରାୟ ୬ ଲକ୍ଷ ୫୦ ହଜାର । ସହରର ଜନସଂଖ୍ୟା ଧୀରେ ଧୀରେ ବିବାରେ ଲାଗିଛି । ରାଉରକେଲାରେ ଏବେ ସୁନ୍ଦରଗଡ଼ ସହରାଞ୍ଚଳ ପରିବହନ ନ୍ୟାସ(ଏସ୍ୟୁଟିଟି) ଆଇପିଟି ଓ ସିଟି ବସ୍ ଚଳାଉଛି । କିନ୍ତୁ ଏହି ବସର ସଂଖ୍ୟା ଯଥେଷ୍ଟ ହେଉ ନାହିଁ । ଏଣୁ ଗୁଣାତ୍ମକ ପରିବହନ ସେବା(ମୋ ବସ୍) ଯୋଗାଇ ଦେବା ପାଇଁ ସରକାର ଯୋଜନା କରିଛନ୍ତି । ୨୦୧୯ ମସିହାରୁ ଏହି ଯୋଜନା ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେବାକୁ ୩ ବର୍ଷ ବିଳମ୍ବ ହୋଇଛି । ଏହି ସେବା ପାଇଁ ରାଜ୍ୟ ସରକାର ୩ଶହ କୋଟି ଟଙ୍କା ଯୋଗାଇ ଦେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *