‘ପ୍ରଚଣ୍ଡ’ର ନିର୍ଘାତ ପ୍ରହାର

ଶତ୍ରୁଙ୍କ ପାଇଁ ଅସହ୍ୟ ହେବ
ନୂଆଦିଲ୍ଲୀ (ଏଜେନ୍ସି): ନୂଆଦିଲ୍ଲୀ (ଏଜେନ୍ସି): ୨୨ବର୍ଷ ପୂର୍ବେ ଭାରତ ଯେଉଁ ସ୍ୱପ୍ନ ଦେଖିଥିଲା, ତାହା ଏବେ ପୂରଣ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ହାଲୁକା ତଥା ଲଢ଼ୁଆ ହେଲିକପ୍ଟର ବା ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲ୍ସିଏଚ୍)ର ସଫଳ ପରୀକ୍ଷଣ ସହ ଏହାକୁ ଭାରତୀୟ ବାୟୁସେନାରେ ମଧ୍ୟ ସାମିଲ କରାଯାଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ବାୟୁସେନାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧ଠଟି ପ୍ରଚଣ୍ଡ ହେଲିକପ୍ଟର ହସ୍ତାନ୍ତର କରାଯାଇଥିବା ବେଳେ ରାଜସ୍ଥାନ ଜୋଧପୁର ଏୟାରବେସ୍ରେ ଏଗୁଡିକୁ ମୁତୟନ କରାଯାଇଛି । ଭାରତୀୟ ସେନା ପକ୍ଷରୁ ଏହି ପ୍ରଣାଳୀର ମୋଟ୍ ୯୫ଟି ପ୍ରଚଣ୍ଡ ହେଲିକପ୍ଟର କିଣାଯିବା ନେଇ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍ ବା ହାଲ୍) ସହ କଣ୍ଟ୍ରାକ୍ଟ କରାଯାଇଛି ।
ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୋଧପୁରରେ ହାଲ୍ ପକ୍ଷରୁ ନିର୍ମିତ ଏହି ଏଲସିଏଚ୍ ପ୍ରଣାଳୀର ହେଲିକପ୍ଟରକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିବା ସହ ନିଜେ ମଧ୍ୟ ଏଥିରେ ଉଡାଣ ଭରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ, ଏହି ଏଲ୍ସିଏଚ୍ ହେଲିକପ୍ଟରର ଯୁଦ୍ଧ କ୍ଷମତା ଏବଂ ଶତ୍ରୁ ଉପରେ ଏହାର ଆକ୍ରମଣ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଏହାକୁ ‘ପ୍ରଚଣ୍ଡ’ ନାମରେ ନାମିତ କରିଛନ୍ତି । ରାଜନାଥ କହିଛନ୍ତି, ଭାରତୀୟ ସେନାକୁ ସବୁଠୁ ଶକ୍ତିଶାଳୀ କରିବା ଦିଗରେ ପ୍ରଚଣ୍ଡ ରୂପେ ଆଉ ଏକ ବୃହତ୍ ସଫଳତା ମିଳିଛି । ଆଗାମୀ ଦିନରେ କିଛି ପ୍ରଚଣ୍ଡ ହେଲିକପ୍ଟରକୁ ଧ୍ରୁବ ପ୍ରଣାଳୀ ଦ୍ୱାରା ମଧ୍ୟ ବିକଶିତ କରାଯିବାର ଯୋଜନା ରହିଛି ।
କ୍ଷମତା: ପ୍ରଚଣ୍ଡ’ ହେଲିକପ୍ଟରଟି ଅତ୍ୟନ୍ତ ହାଲୁକା ହୋଇଥିବାରୁ ପାହାଡିଆ ଅଞ୍ଚଳରେ ଯେକୌଣସି ପରିବେଶରେ ଉଡାଣ ଭରିବା ସହ ପୂର୍ଣ୍ଣ କ୍ଷମତାର ସହ ମିଶାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିବାର କ୍ଷମତା ରଖୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ପ୍ରଚଣ୍ଡ ହେଲିକପ୍ଟରରେ ୪୫% ସ୍ୱଦେଶୀ ଉପକରଣ ବ୍ୟବହୃତ ହୋଇଛି । ଏଥିରେ ୧୪୩ଠ ହର୍ସପାୱାର କ୍ଷମତା ବିଶିଷ୍ଟ ୨ଟି ଇଞ୍ଜିନ୍ ରହିଛି । ବିନା ଅସ୍ତ୍ରଶସ୍ତ୍ରରେ ଏହି ହେଲିକପ୍ଟରର ଓଜନ ୨୨୫ଠ କିଗ୍ରା ରହିଥିବା ବେଳେ ସମ୍ପୂର୍ଣ୍ଣ ଯୁଦ୍ଧ ସରଞ୍ଜାମ ସହ ଏହା ୫.୮ଟନ୍ ଓଜନ ହେବା ସତ୍ତ୍ୱେ ଘଣ୍ଟାପ୍ରତି ୨୬୮ କିମି ବେଗରେ ଏହାର ଉଡାଣ କରିବାରେ ସମର୍ଥ ।
ଆର୍ମଡ୍ ସାମର୍ଥ୍ୟ: ପ୍ରତି ମିନିଟ୍ରେ ୭୫ଠ ଗୁଳି ନିବଦ୍ଧ କରିବାର ସାମର୍ଥ୍ୟ ରଖୁଥିବା ଏହି ହେଲିକପ୍ଟରକୁ ଭାରତୀୟ ସେନାରେ ଥିବା ଅନ୍ୟ ଲଢ଼ୁଆ ହେଲିକପ୍ଟର ତୁଳନାରେ ଏହାକୁ ସ୍ୱତନ୍ତ୍ର କରିଛି । ଏତଦ୍ବ୍ୟତୀତ ଏଥିରେ ଆବଶ୍ୟକତା ଅନୁସାରେ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ ଅର୍ଥାତ୍ ଛୋଟ ରକେଟ୍ଗୁଡ଼ିକୁ ସଂଲଗ୍ନ କରାଯିବା ଭଳି ବ୍ୟବସ୍ଥା ରହିଛି । ଏଥିରେ ଲାଗିଥିବା ଫରୱାର୍ଡ ଇନ୍ଫ୍ରାରେଡ୍ ସର୍ଚ୍ଚ, ଉଚ୍ଚ କ୍ଷମତା ସମ୍ପନ୍ନ ସିସିଡି କ୍ୟାମେରା, ଥର୍ମାଲ ଭିଜନ୍ ଲେନ୍ସ ଏବଂ ରେଜର ରେଞ୍ଜ୍ ଫାଇଣ୍ଡର ‘ପ୍ରଚଣ୍ଡ’କୁ ଅନ୍ଧାରରେ ମଧ୍ୟ ଅପରେସନ କରିବା ଲାଗି ସକ୍ଷମ କରି ଗଢ଼ିତୋଳିଛି । ଏହି ହେଲିକପ୍ଟର ଅଧିକ ସକ୍ରିୟ, ଗତିଶୀଳ, ଯୁଦ୍ଧ ସମୟରେ ସର୍ଚ୍ଚ ଏବଂ ରେସକୁ୍ୟ ଅପରେସନ, ଶତ୍ରୁଙ୍କ ଉପରେ ଭୟାବହ ଆକ୍ରମଣ, ଏବଂ କାଉଣ୍ଟର ଏମରଜେନ୍ସି ଅପରେଶନରେ ମଧ୍ୟ ବେଶ୍ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୬୫ଠଠ ମିଟର ଉଚ୍ଚତାରୁ ପ୍ରଚଣ୍ଡ ୭ଠଠ କିମି ଦୂର ପର୍ଯ୍ୟନ୍ତ ଟାର୍ଗେଟ୍ କରିବାର କ୍ଷମତା ରଖୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *