ଚିକିତ୍ସାଧୀନ ଦନ୍ତା ଆଖିବୁଜିଲା

ବୈଶିଙ୍ଗ/ ବେତନଟି (ଆପ୍ର): ମୟୂରଭ ଜିଲ୍ଲା ବେତନଟି ରେଞ୍ଜ ମଶିଣାକାଟି ଜଙ୍ଗଲରେ ଚିକିତ୍ସଧୀନ ଥିବା ଅସୁସ୍ଥ ଦନ୍ତାହାତୀ ସୋମବାର ସକାଳେ ପ୍ରାଣ ହରାଇଛି । ରବିବାର ତା’ ଗୋଡ଼ ଅପରେସନ୍ କରାଯାଇ ଏକ ପ୍ଲାଷ୍ଟିକ୍ ରଶି ବାହାର କରାଯାଇଥିଲା । ମୃତ ହାତୀର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ତୁରନ୍ତ ଚିକିତ୍ସା କରାଯାଇଥିଲେ ହାତୀ ମରି ନ ଥାନ୍ତା ବୋଲି ସ୍ଥାନୀୟ ଲୋକେ ମତଦେଇଛନ୍ତି ।
ମଶିଣାକାଟି ଜଙ୍ଗଲରେ ଅସୁସ୍ଥ ଦନ୍ତହାତୀ ୩ ମାସ ହେବ ବୁଲୁଥିବା ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମ·ରୀ ମଶିଣାକାଟି ଜଙ୍ଗଲରେ ପହଞ୍ଚି ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିଥିଲେ । ଓୟୁଏଟିରୁ ଆସିଥିବା ଡାକ୍ତରୀ ଟିମ୍ ତା’ ଗୋଡ଼ ଅପରେସନ କରିଥିଲେ । ସେ ସୁସ୍ଥ ଥିଲା । କିନ୍ତୁ ଅଚାନକ ସନ୍ଧ୍ୟାରେ ପୁଣି ଅସ୍ୁସ୍ଥ ହୋଇପଡ଼ିଥିଲା । ହାତୀର ଶବ ବ୍ୟବଚ୍ଛେଦ କରାଯାଇ ନମୂନା ସଂଗ୍ରହ କରାଯାଇଛି । ସେପ୍ଟି ସେମିଆରେ ହାତୀଟିର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଚିକିତ୍ସାରେ ବିଳମ୍ବ ଯୋଗୁ କ୍ଷତରୁ ପୂରା ଶରୀର ସଂକ୍ରମିତ ହୋଇଯାଇଥିବା କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *