ଦଣ୍ଡ ଖାରଜ ପାଇଁ ମୋକିମ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ
କଟକ (ବୁ୍ୟରୋ) : ବାରବାଟୀ-କଟକ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସ ମାଲିକ ଇଂ. ମହମ୍ମଦ ମୋକିମ୍ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ୩ ବର୍ଷ ଜେଲ୍ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଆର୍ଏଚ୍ଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ସହ ଜରିମାନାରେ ଦଣ୍ଡିତ କରିଛନ୍ତି । ହାଇକୋର୍ଟରୁ ରହିତାଦେଶ ମିଳିଲେ ସେ ବିଧାୟକ ପଦ ରଖିପାରିବେ, ନଚେତ୍ ତାଙ୍କର ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ ପାଇଁ ଅନୁରୋଧ କରି ଶ୍ରୀ ମୋକିମ୍ ମାମଲା ରୁଜୁ କରିଛନ୍ତି । ଶ୍ରୀ ମୋକିମଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆ·ର୍ଯ୍ୟ ଏହି ମାମଲା ପରି·ଳନା କରୁଛନ୍ତି ।
୨୦୧୩ର ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ୩ ବର୍ଷରୁ ଅଧିକ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ଶ୍ରୀ ମୋକିମଙ୍କ ବିଧାୟକ ପଦ ତତକ୍ଷଣାତ୍ ରଦ୍ଦ ହୋଇଯାଇଥିବା କୁହାଯାଉଛି । କିନ୍ତୁ ହାଇକୋର୍ଟରେ ମାମଲାର ଶୁଣାଣି ପରେ ଆଗକୁ ଏହି ଘଟଣା ସଂପର୍କିତ ସ୍ଥିତି ସ୍ପଷ୍ଟ ହୋଇଯିବ । ହାଇକୋର୍ଟରେ ଦଶହରା ଅବକାଶ ଆରମ୍ଭ ହୋଇଥିବା ବେଳେ କୋର୍ଟ କାର୍ଯ୍ୟ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମାମଲା ଶୁଣାଣି ବନ୍ଦ ରହିବ । କିନ୍ତୁ ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ଶ୍ରୀ ମୋକିମଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୂର୍ବତନ ଆଇଏଏସ୍ ବିନୋଦ କୁମାର, ମେଟ୍ରୋବିଲ୍ଡର୍ସ ନିଦେ୍ର୍ଦଶକ ପିୟୁଶ ମହାନ୍ତି, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାପାତ୍ରଙ୍କୁ ମଧ୍ୟ ଭିଜିଲାନ୍ସ କୋର୍ଟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।