ଷ୍ଟାଡିୟମ୍ରେ ଦଳଚକଟା: ୧୨୫ ମୃତ
ଜାକର୍ତ୍ତା, ୨ା୧ଠ: ଇଣ୍ଡୋନେସିଆରେ ଶନିବାର ରାତିରେ ଏକ ଫୁଟବଲ୍ ମ୍ୟାଚ୍ ଚାଲିଥିବାବେଳେ ଦଳାଚକଟା ଘଟି ୧୨୫ଜଣ ପ୍ରାଣ ହରାଇଛନ୍ତି ଏବଂ ୩୨୩ ଜଣ ଆହତ ହୋଇଛନ୍ତି । ଭିଆର୍ଆଇ ଲିଗ୍-୧ ମ୍ୟାଚ୍ରେ ଯେଉଁ ଟିମ୍ ହାରିଗଲା, ସେହି ଟିମ୍ର ସମର୍ଥକମାନେ ହଠାତ୍ ପଡ଼ିଆ ଭିତରକୁ ପଶି ଆସିଲେ । ପୁଲିସ୍ ସେମାନଙ୍କୁ ପ୍ରତିରୋଧ କରିବାରୁ ହଙ୍ଗାମା ଆରମ୍ଭ ହୋଇଥିଲା । ପୁଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିବାରୁ ପଡ଼ିଆ ଭିତରେ ହିଁ ଦଳାଚକଟା ହୋଇଥିଲା ।
ଏଥିରେ ୨ ପୁଲିସ୍ ଅଧିକାରୀ ସମେତ ୧୭୪ଜଣଙ୍କର ମୃତୁ୍ୟ ହୋଇଛି ବୋଲି ପ୍ରଥମେ ପୁଲିସ୍ ପକ୍ଷରୁ କୁହାଯାଇଥିଲା । କିନ୍ତୁ ପୂର୍ବ ଜାଭାର ଡେପୁଟି ଗଭର୍ଣ୍ଣର ଇମିଲ୍ ଦର୍ଦ୍ଦକ ସେହି ଇଲାକାର ସମସ୍ତ ୧ଠଟି ହସ୍ପିଟାଲ୍ ଯାଞ୍ଚ୍ କରି ମୃତକଙ୍କ ସଂଖ୍ୟା ୧୨୫ ଓ ଆହତ ସଂଖ୍ୟା ୩୨୩ ବୋଲି ଜଣାଇଛନ୍ତି । ଷ୍ଟାଡିୟମ୍ ଭିତରେ ୩୪ଜଣଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟମାନେ ହସ୍ପିଟାଲ ନିଆଯିବା ବାଟରେ ବା ଚିକିତ୍ସାଧୀନ ଥିବାବେଳେ ପ୍ରାଣ ହରାଇଛନ୍ତି ।