ଘରେ ଘରେ ପହଞ୍ଚôବ ନବୀନଙ୍କ ବାର୍ତ୍ତା
ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ
ପୁରୀ/ବ୍ରହ୍ମଗିରି (ବୁ୍ୟରୋ): ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁ କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ା ଠାରେ ଆଜି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ‘ଜନସମ୍ପର୍କ ପଦଯାତ୍ରା’ ଶୁଭାରମ୍ଭ ହୋଇଛି । ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ଏକ ସାଧାରଣ ସଭା କରାଯାଇଥିଲା ।
ସଭାରେ ଶ୍ରୀ ଦାସବର୍ମା ଅଭିଭାଷଣ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ଯୋଜନାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରିବା ସହିତ ନିରନ୍ତର ଭାବେ ସମର୍ପିତ ଓ ଉତ୍ସର୍ଗୀକୃତ ସେବା ମନୋଭାବ ରଖି କାର୍ଯ୍ୟ ଜାରି ରଖିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, କୃଷ୍ଣପ୍ରସାଦ ବ୍ଲକ୍ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ୍ ବିଜୁ ମହିଳା ଜନତା ଦଳ ସଭାପତି ପ୍ରତିମା ଜେନା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷ ଶକୁନ୍ତଳା ଗଡ଼ୁ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ସନ୍ଦିପ କୁମାର ଜେନା, ବିଜୁ ଜନତା ଦଳ ବରିଷ୍ଠ ନେତା ଭଗବାନ ନାୟକ, ରମେଶ ପଲେଇ, ପ୍ରଫୁଲ୍ଲ ଜେନା, ବାଳକୃଷ୍ଣ ପେଣ୍ଠେଇ, ଭାଗିରଥି ବଡ଼ଜେନା, ଯୁବ ଓ ଛାତ୍ର ଏବଂ ମହିଳା ଜନତା ଦଳର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ପୁରୀ ନଗର ଓ ସଦର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ କର୍ମୀ ଓ ନେତୃବୃନ୍ଦମାନେ ମେଡିକାଲ୍ରେ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ଘରେ ଘରେ ନବୀନ ସରକାରଙ୍କ ସଫଳତା ପହଞ୍ଚôବା ଲାଗି ମନ୍ତ୍ରୀ ଶ୍ରୀ ମହାନ୍ତି ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।