ଆନ୍ଧ୍ରରୁ ଧରାପଡ଼ିଲେ ମନୋଜ ପଣ୍ଡା

ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ହାତରେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ର ଫେରାର ନିଦେ୍ର୍ଦଶକ ମନୋଜ କୁମାର ପଣ୍ଡା ଧରାପଡ଼ିଛନ୍ତି । ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଶନିବାର ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଆନ୍ନାବରମ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରାଯାଇଛି । ସେଠାରେ କୋର୍ଟରେ ହାଜର କରାଇ ଇଓଡବ୍ଲୁ୍ୟ ଟ୍ରାଞ୍ଜିଟ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ।
ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ର ପରିଚାଳନା ନିଦେ୍ର୍ଦଶକ (ଏମ୍ଡି) ଅରବିନ୍ଦ ସାଆନ୍ତ୍ରାଙ୍କୁ ଇଓଡବ୍ଲୁ୍ୟ ପୂର୍ବରୁ ଗିରଫ କରିସାରିଛି । ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଫେରାର ମନୋଜଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଥିଲା । ଗୁଇନ୍ଦା ରିପୋର୍ଟ ଆଧାରରେ ଇଓଡବ୍ଲୁ୍ୟ ଅଧିକାରୀମାନେ ଆନ୍ନାବରମର ହୋଟେଲରୁ ଗିରଫ କରିଥିଲେ । ମନୋଜ କୌଣସି ଗୋଟିଏ ସ୍ଥାନରେ ଲୁଚି ରହୁ ନଥିଲେ । ସେ ପ୍ରତି ଗୋଟିଏ ବା ଦୁଇ ଦିନରେ ସ୍ଥାନ ପରିବର୍ତ୍ତନ କରୁଥିଲେ ।
ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ମନୋଜ କୁମାର ପଣ୍ଡା କମ୍ପାନୀର ସବୁ କାମ ଦେଖୁଥିଲେ ଓ ଫ୍ଲାଟ୍ ଏବଂ ଜମି ଦେବା ନାଁରେ ଅନେକ ନିବେଶକଙ୍କୁ ଠକି ଥିଲେ । ସୂଚନାଯୋଗ୍ୟ, ଟିସିଏସ୍ର କର୍ମଚାରୀ ରଞ୍ଜନ କୁମାର ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁ୍ୟ ଘଟଣାର ତଦନ୍ତ କରି ଏହି ଗିରଫଦାରୀ କରିଛି ।
ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ପାଖରେ “ଓଡ଼ିଶା ହୋମ୍ସ’ରେ ଫ୍ଲାଟ ଦେବା ନାଁରେ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ ରଞ୍ଜନ କୁମାର ମହାପାତ୍ର ଓ ଆହୁରି ଅନେକ ଲୋକଙ୍କୁ ୨୦ କୋଟି ଟଙ୍କାର ଚୂନ ଲଗାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *