ଏସ୍ଏଚ୍ଜି ମହିଳାଙ୍କ ନିଶାମୁକ୍ତି ସଚେତନତା ରାଲି

ଚକାପାଦ (ଆପ୍ର): ଗାନ୍ଧୀ ଜୟନ୍ତୀ ଅବସରରେ ଚକାପାଦ ସରପଞ୍ଚ ଉମା ଚରଣ ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭା ପରେ ବୈଠକରେ ଯୋଗ ଦେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ନିଶାମୁକ୍ତ ସଚେତନ କରାଯାଇଥିଲା । ଏସ୍ଏଚ୍ଜିର ଦୁଇ ଶହରୁ ଊଦ୍ଧ୍ୱର୍ ମହିଳା ନିଶାମୁକ୍ତି ପାଇଁ ବିଭିନ୍ନ ନାରା ଦେଇ ଚକାପାଦ ଗ୍ରାମ ପରିକ୍ରମା କରିଥିôଲେ ।
ତକାଲି ଚକାପାଦ ପଞ୍ଚାୟତ ଭବନରେ ସମ୍ପନ୍ନ ହୋଇଥିବା ସ୍ୱତନ୍ତ୍ର ଗ୍ରାମ ସଭାରେ ଜନସାଧାରଣଙ୍କ ସାମଗ୍ରିକ ବିକାଶ ନିମନ୍ତେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପ୍ରାଣୀଧନ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଓ ପରିମଳ ପ୍ରଭୃତି ବିଭାଗରେ ପ୍ରଣୟନ ହୋଇଥିବା ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯିବା ସହ ଏମ୍ଜିଏନ୍ଆର୍ଇଜିଏ, ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ, ପଞ୍ଚମ ରାଜ୍ୟ ଅର୍ଥ ଆୟୋଗର ମାର୍ଗ ଦର୍ଶିକା ପ୍ରକାରେ ୨୦୨୩-୨୪ ବର୍ଷ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ତତ୍ ସହିତ ଅପ୍ରାପ୍ତ ବୟସରେ ବିବାହ ଉପରେ ନିଷେଧାଦେଶ ଜାରି ସମ୍ପର୍କରେ ଅବଗତ କରାଯାଇଥିଲା । ଗ୍ରାମସଭାରେ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜନା ନାୟକ, ସମିତି ସଭ୍ୟ ଶ୍ରୀପତି ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁବନି ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ । ଏହି ନିଶାମୁକ୍ତ ସଚେତନତା ରାଲିରେ ପିଆରଆଇ ମେମ୍ବରଙ୍କ ସମେତ ଏସ୍ଏଚ୍ଜି ମହିଳା ମହାସଙ୍ଘ ସଭାନେତ୍ରୀ ଜାନକୀ ସାହାଣି, ସିଆର୍ପି ଶୈଳବାଳା ପ୍ରଧାନ, ରାଜଲକ୍ଷ୍ମୀ ସାମନ୍ତରାୟ, କେଏମ୍ ରାନୁ ବେହେରା, ପିଏମ୍ ସୁଜାତା ବିଶୋୟୀ, ଗୋପାଳ ସାହୁ, ରନôାକର ସାହୁ, ଅଭିମନୁ୍ୟ ପଟ୍ଟନାୟକ, ନିରାକାର ବେହେରା ପ୍ରମୂଖ ଲୋକଙ୍କୁ ନିଶାମୁକ୍ତ ସଚେତନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *