୩ କୋଟିର ଅଳଙ୍କାର ଜବତ

ଗୋଳନ୍ଥରା ଥାନା ଆଗରେ ଚେକିଂ
ରଙ୍ଗେଇଲୁଣ୍ଡା, ୨ା୧୦ (ଆପ୍ର): ବ୍ରହ୍ମପୁର ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି । ପୁଲିସ ପକ୍ଷରୁ ଯାଞ୍ଚ ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ କରାଯିବା ସହିତ ବାହାର ରାଜ୍ୟର ୪ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି । ଜବତ ଅଳଙ୍କାର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଅଳଙ୍କାର ଚାଲାଣ ହେଉଥିବା ସ୍କୋଡ଼ା କାର ଜବତ କରାଯାଇ ତଦନ୍ତ ଜାରି ରହିଛି ।
କିଛିଦିନ ହେବ ବ୍ରହ୍ମପୁର ପୁଲିସ୍ର କଡା ଯାଞ୍ଚ ଓ ପାଟ୍ରୋଲିଂ କରାଯାଇ କେତେବେଳେ ସୁନା ବିସ୍କୁଟ ତ ଆଉ ଆଉ କେତେବେଳେ ଟଙ୍କା ଜବତ ହୋଇଛି । ବିଶେଷସୂତ୍ରରୁ ଖବରପାଇ ଏସ୍ପି ଡ. ଶ୍ରବଣା ବିବେକ ଏମ୍ ଗୋଳନ୍ଥରା ପୁଲିସ୍କୁ ଗାଡ଼ି ଅଟକାଇ ଯାଞ୍ଚ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ରବିବାର ବଡ଼ି ଭୋର୍ରେ ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ତାଙ୍କ ଟିମ୍ ଥାନା ସମ୍ମୁଖ ଜାତୀୟ ରାଜପଥକୁ ବ୍ଲକିଂ କରି ଯାଞ୍ଚ ଚଳାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା କର୍ଣ୍ଣାଟକ ନମ୍ବର ଥିବା ଉକ୍ତ କାର୍କୁ ସନେ୍ଦହରେ ଅଟକା ଯାଇଥିଲା । ଏହାକୁ ଖାନତଲାସ କରିବାକୁ ପ୍ରଥମେ ଡ୍ରାଇଭର୍ ରାଜି ହୋଇ ନ ଥିଲା । କିନ୍ତୁ ପୁଲିସ ଟିମ୍ କିଛି ନ ଶୁଣି ଯାଞ୍ଚ କରିବା ସମୟରେ ପଛ ସିଟ୍ରେ ଥିବା ସିକ୍ରେଟ ଲକ୍ରରୁ ୧୫୦କେଜି ୫ଗ୍ରାମ ରୁପା ଓ ଡ୍ରାଇଭର ସିଟ୍ ତଳୁ
୪କେଜି ୬୬୪ଗ୍ରାମ ସୁନା ଅଳଙ୍କାର ଜବତ କରିଥିଲେ । କାର୍ରେ ଥିବା ୪ ତାମିଲ ଯୁବକଙ୍କୁ ଏ ସଂପର୍କରେ ପଚରାଉଚୁରା କରାଯିବାରୁ ସେମାନେ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କ ନିକଟକୁ ଯାଉଥିବା ପ୍ରକାଶ କରିଥିଲେ । ଜବତ ଗହଣାର ଆନୁମାନିକ ମୂଲ୍ୟ ୩ କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ଯୁବକମାନଙ୍କୁ ଅଟକ ରଖାଯିବା ସହିତ ସୁନା, ରୁପାର ଆକଳନ ଏବଂ କାଗଜପତ୍ର ଯାଞ୍ଚ ପାଇଁ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ଆୟକର ଓ ଜିଏସ୍ଟି ବିଭାଗ ଅଧିକାରୀମାନଙ୍କୁ ଡକାଯାଇଛି । ଏତି ପରିମାଣର ଅଳଙ୍କାର କେଉଁଠି ଆସିଛି ଓ କାହା ନିକଟକୁ ଯାଉଥିଲା ତାକୁ ନେଇ ପୁଲିସ୍ ଖୋଳତାଡ କରୁଥିବା ବେଳେ ଆୟକର ଓ ଜିଏସ୍ଟି ବିଭାଗ ପକ୍ଷରୁ ଯାଞ୍ଚ ପରେ ହିଁ ସଠିକ୍ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *