କ୍ରମାଗତ ୬ଷ୍ଠ ଥର ଶୀର୍ଷରେ ଇନେ୍ଦାର

ସ୍ୱଚ୍ଛତା ସର୍ଭେ ରିପୋର୍ଟ-୨ଠ୨୨
ନୂଆଦିଲ୍ଲୀ(ଏଜେନ୍ସି): ଦେଶର ସର୍ବାଧିକ ସ୍ୱଚ୍ଛ ସହର ସନ୍ଦର୍ଭରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ କରାଯାଇଥିବା ସ୍ୱଚ୍ଛତା ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ କ୍ରମାଗତ ୬ଷ୍ଠ ଥର ପାଇଁ ମଧ୍ୟପ୍ରଦେଶର ଇନେ୍ଦାର ସହର ଶୀର୍ଷ ସ୍ଥାନ ବଜାୟ ରଖିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଗୁଜରାଟର ରାଜଧାନୀ ସୁରଟ୍ ଏବଂ ତୃତୀୟ ସ୍ଥାନରେ ନାଭି ମୁମ୍ବାଇ ରହିଛନ୍ତି । ଅନ୍ୟପକ୍ଷେ ରାଜ୍ୟୱାରୀ ଦେଶର ସର୍ବାଧିକ ସ୍ୱଚ୍ଛ ରାଜ୍ୟ ତାଲିକାରେ ମଧ୍ୟ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ୨ୟ ସ୍ଥାନରେ ଛତିଶଗଡ଼ ଏବଂ ୩ୟ ସ୍ଥାନରେ ମହାରାଷ୍ଟ୍ର ରହିଛନ୍ତି ।
ପ୍ରକାଶ, ଚଳିତ ବର୍ଷ ପାଇଁ କରାଯାଇଥିବା ସ୍ୱଚ୍ଛ ସର୍ଭେକ୍ଷଣରେ ବିଜୟୱାଡା ତୃତୀୟ ସ୍ଥାନରୁ ହଟିଯାଇଛି । ବିଜୟୱାଡାକୁ ପଛକୁ ଠେଲି ମହାରାଷ୍ଟ୍ରର ନାଭି ମୁମ୍ବାଇ ଏଥର ୨ୟ ସ୍ୱଚ୍ଛ ସହରର ମାନ୍ୟତା ହାସଲ କରିଛି । ସୂଚନାଯୋଗ୍ୟ ୨ଠ୧୬ରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ବିଭିନ୍ନ ମାନଦଣ୍ଡ ଆଧାରରେ ସହର ତଥା ରାଜ୍ୟୱାରୀ ସ୍ୱଚ୍ଛତା ସମ୍ପର୍କୀତ ସର୍ଭେ କରାଯାଇଥାଏ ଏବଂ ତଦନୁସାରେ ପୁରସ୍କୃତ କରାଯାଇଥାଏ । ଚଳିତ ବର୍ଷ ପାଇଁ ବିଭିନ୍ନ ବର୍ଗରେ ମନୋନୀତ ହୋଇଥିବା ରାଜ୍ୟ ତଥା ସହରଗୁଡ଼ିକୁ ପୁରସ୍କୃତ କରାଯାଇଛି । ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରୀ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ୨ଠ୧୬ରେ ଦେଶର ୭୩ ସହରକୁ ନେଇ ସର୍ଭେ କରାଯାଇଥିବା ବେଳେ ଚଳିତ ବର୍ଷ ମୋଟ୍ ୪୩୫୪ ସହରରେ ସ୍ୱଚ୍ଛତା ସର୍ଭେ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *