ଇକୋ ରି-ଟ୍ରିଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

କୋଣାର୍କ (ଆପ୍ର): ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ପ୍ରତିବର୍ଷ ପରି ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରି-ଟ୍ରିଟ୍ର ଚତୁର୍ଥ ସଂସ୍କରଣ ଆରମ୍ଭ ହେବ । ଏଥିନିମନ୍ତେ ଶନିବାର ପୂର୍ବାହ୍ନରେ ପର୍ଯ୍ୟଟନ ନିଦେ୍ର୍ଦଶକ ସଚିନ ରାମଚନ୍ଦ୍ର ଯାଦବ, ଉପଜିଲ୍ଲାପାଳ ଭବତାରଣ ସାହୁ ରାମଚଣ୍ଡୀ ମୁହାଣସ୍ଥଳ ଅନୁଧ୍ୟାନ କରିଥିଲେ । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ୭୦ ଗୋଟି ତମ୍ବୁଘର ସହିତ ଫୁଡ୍ ପ୍ଲାଜା ନିର୍ମାଣ କରାଯାଉଛି ଓ ଇକୋ ରି-ଟ୍ରିଟ୍ ପାଇଁ ପ୍ରତିବନ୍ଧକ ସାଜିଥିବା ରାମଚଣ୍ଡୀ ମୁହାଣକୁ ଦକ୍ଷିଣ ଦିଗ ୨ କିମି ପରେ ଖୋଳାଯିବା ନେଇ ନିଷ୍ପତ୍ତି ହୋଇଛି । ନୂଆ ମୁହାଣ ଖୋଳାଗଲେ ଇକୋ ରି-ଟ୍ରିଟ ପାଇଁ ପ୍ରତିବନ୍ଧକ ଆଉ ରହିବନି ଓ ଏହି କାର୍ଯ୍ୟ ଓଡିÿଶା ନିର୍ମାଣ ନିଗମ (ଓସିସି)କୁ ଦିଆଯାଇଛି ଓ ପ୍ରାୟ ସାଢ଼େ ୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଓସିସି ପକ୍ଷରୁ ଠିକାଦାର ନିଯୁକ୍ତି କରାଯାଇ ୨ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।
ସମୁଦ୍ର ଉଚ୍ଚ ଜୁଆର ମାଡ଼ ରୋକିବାକୁ ନେଇ ଏହି ନୂଆ ମୁହାଣକୁ ଡୋଜିଙ୍ଗ ମେସିନ୍ ସାହାଯ୍ୟରେ ଦୁଇଶହ ମିଟର ଚଉଡ଼ାରେ ଖୋଳାଯିବ ଓ ପୁରୁଣା ମୁହାଣକୁ ପୋତାଯାଇ ୧୬୫ ମିଟର ଲମ୍ବରେ ବଡ଼ ବଡ଼ ପଥର ପ୍ୟାକିଙ୍ଗ ଦିଆଯିବା ନିମନ୍ତେ ଓସିସି ପକ୍ଷରୁ ଏନ୍ଆଇଟି ଚେନ୍ନାଇର ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ମ୍ୟାପ ପ୍ରସ୍ତୁତି କରାଯାଇ କାର୍ଯ୍ୟ କରାଯାଉଛି । ଓସିସି ପକ୍ଷରୁ ନିଯୁକ୍ତ ଠିକାଦାରକୁ ଡିସେମ୍ବର ମାସ ପୂର୍ବରୁ ଏହି କାର୍ଯ୍ୟ ସାରିବା ନେଇ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ତହସିଲ୍ଦାର୍ ଶେଖ ସାଗିର, ପର୍ଯ୍ୟଟନ ବିଭାଗ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ନିର୍ମାଣ ନିଗମ ଅଧିକାରୀ, ଇଫାକ୍ଟରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଇକୋ ରି-ଟ୍ରିଟ୍ ପାଇଁ ବହୁ ଆଗରୁ ଅନ୍ଲାଇନ୍ରେ ବୁକିଂ ଆରମ୍ଭ ହୋଇଥିବା ଜଣାପଡ଼ିଛି । ପର୍ଯ୍ୟଟନ ବିଭାଗ ଇଫାକ୍ଟର କମ୍ପାନୀକୁ ଏହି ଟେଣ୍ଡର ୫ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରିବାକୁ ଦେଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *