ପ୍ଲାଷ୍ଟର ଖସି ଛାତ୍ରଛାତ୍ରୀ ଆହତ ଘଟଣାର ତଦନ୍ତ

ଭୟରେ ସ୍କୁଲ ଆସୁନାହାନ୍ତି ପିଲା
କେନ୍ଦୁଝର (ଆପ୍ର): ଘଟଗାଁ ବ୍ଲକ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ସିଲିଂରୁ ପ୍ଲାଷ୍ଟର ଖସି ୭ ଆଦିବାସୀ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଏହି ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି । ଏ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଘଟଗାଁ ବିଡିଓଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଶନିବାର ବିଡିଓ ନାରାୟଣ ସାହୁ ସ୍କୁଲକୁ ଯାଇ ତଦନ୍ତ କରିଛନ୍ତି । ଠିକ୍ ରୂପେ ମରାମତି ହୋଇ ନ ଥିବାରୁ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୨ ମାସ ତଳେ ୨ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ହୋଇଥିଲା ଓ ଗଦାଧରପୁର ପଂଚାୟତ ଦାୟିତ୍ୱରେ ଥିବା ଜେଇ ସସ୍ମିତା ହେମ୍ବ୍ରମଙ୍କୁ ତଦାରଖ ପାଇଁ ନିଦେ୍ର୍ଦଶ ରହିଥିଲା । ମରାମତି ସମୟରେ ଟେକ୍ନିକାଲ ତଦାରଖ ଠିକ୍ ଭାବରେ କରାଯାଇ ନଥିବାରୁ ଏପରି ଅଘଟଣ ଘଟିଥିଲା । ନିମ୍ନମାନର କାର୍ଯ୍ୟ ହୋଇଥିଲା । ଏହି ଘଟଣା ପରେ ଛାତ୍ରଛାତ୍ରୀ ଭୟଭିତ ହୋଇପଡିଛନ୍ତି । ନିମ୍ନମାନର କାମପାଇଁ ଦାୟୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଏ ସଂପର୍କରେ ପ୍ରଧାନଶିକ୍ଷୟିତ୍ରୀ ଆଭାମୟୀ ରାଉତଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ, ଛାତରୁ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀ ବସିବାରେ ସମସ୍ୟା ଦେଖାଦେଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *