ଗାନ୍ଧିଜୟନ୍ତୀରୁ ମାସେ ବ୍ୟାପି ବିଜେଡିର ପଦଯାତ୍ରା
ଢେଙ୍କାନାଳ (ଆପ୍ର) : ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀଠାରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ଢେଙ୍କାନାଳ ସହର ନିକଟସ୍ଥ ହୋଟେଲ ନିରୁପମା ଠାରେ ଶନିବାର ପୂର୍ବାହ୍ନରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ହେଉଛି ଏକ ମାଧ୍ୟମ ମାତ୍ର । ଏହି କଥାକୁ ଆମେ ସମସ୍ତେ ମନେ ରଖି ଲୋକଙ୍କ ପାଇଁ କାମ କରିବା । ଏହି ପଦଯାତ୍ରକୁ ସଫଳ କରିବା ପାଇଁ ଲୋଙ୍କ ସୁଖ ଦୁଃଖରେ ଏବଂ ଲୋକଙ୍କ ସାଥୀରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଭିନ୍ନ ଜନହିତକର କାର୍ଯ୍ୟର ଉପକାରୀତା ଓ ସଫଳତା ପାଇଁ କାମ କରିବାକୁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା କାମାକ୍ଷାନଗର ବିଧାୟକ, ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ।
ଏହି ପ୍ରସ୍ତୁତି ବୈଠକରେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ନୃସିଂହ ଚରଣ ସାହୁ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ପଦଯାତ୍ରା ସମୟରେ ମୁଖମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ଯୁବ, ଛାତ୍ର ଓ ମହିଳା କର୍ମୀମାନେ କେଉଁଦିନ କୋଉ ସମୟରେ କିଭଳି କାର୍ଯ୍ୟକ୍ରମ କରିବେ ସେ ସମ୍ପର୍କରେ ବୀବରଣି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତ୍ତମ ସାହୁ, ବିଜେଡି ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିହଂଦେଓ, ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା, ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ନଗର ସଭାପତି ଇନ୍ଦ୍ରମଣି ବେହେରା, ରାଜ୍ୟ ମହିଳା ଉପ-ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ଛାତ୍ର ସଭାପତି ସୁରଜ ମହାପାତ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶଶିକାନ୍ତ ମିଶ୍ର, ବିଜେଡିର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା, ଗନ୍ଦିଆ ବ୍ଲକ ଓ ସଦର ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ବ୍ଲକସ୍ତରୀୟ ଜନ ପ୍ରତିନିଧି ଓ ଯୁବ, ମହିଳା, ଛାତ୍ର ବିଜେଡିର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଏହି ବୈଠକରେ ଯୋଗଦେଇଥିଲେ । ଏହି ସମୟ ମଧ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଶେଷରେ ପୁର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।