ଫାଇନାଲ ବିଲ୍ ଧରି ଠିକାଦାର ଛୁ’

ନଦୀ ବନ୍ଧ ମରାମତି ସରିନି
ଯାଜପୁର ସଦର (ଆପ୍ର): ଲୋକଙ୍କ ଗମନାଗମନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ରାସ୍ତା ନିର୍ମାଣ ଓ ମରାମତି କରୁଛନ୍ତି । ହେଲେ ସରକାରଙ୍କ ଏହି ଯୋଜନା କେତେକ ଅସାଧୁ ଠିକାଦାର ଯନ୍ତ୍ରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ମଧୁଚନ୍ଦିକା ଯୋଗୁଁ ରାସ୍ତା ମରାମତି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବେଳେ ଠିକାଦାର ଫାଇନାଲ ବିଲ୍ ଧରି ଚମ୍ପଟ ମାରିଛି । ଯାଜପୁର ବ୍ଲକ୍ ଉପର ବରୁଆଁ ପଞ୍ଚାୟତ ଖରସ୍ରୋତା ସେତୁ ନିକଟସ୍ଥ ରାଜଘାଟ ଛକ ଠାରୁ ଶ୍ୟାମଦାସପୁର ପଞ୍ଚାୟତ ମାଧପୁର ଗ୍ରାମ ରାସ୍ତା ତନ୍ତୀଘାଇକୁ ସଂଯୋଗ କରୁଥିବା ନଦୀବନ୍ଧଟି ମଧ୍ୟ ସେଥିରୁ ବାଦ ପଡ଼ି ନାହିଁ । ଏହି ନଦୀ ବନ୍ଧଟି ବରୁଆଁ ସେକସନ୍ ପକ୍ଷରୁ ମରମତି କରାଯାଇଥିବା ବେଳେ, ପିଚୁ ଥିବା ରାସ୍ତାକୁ ବିଭାଗୀୟ ଯନ୍ତ୍ରୀଙ୍କ ପରାମର୍ଶରେ ଠିକଦାର ସଲାସୁତୁରା କରି କୌଣସି ସୂଚନା ଫଳକ ନ ଲେଖି କେବଳ ଡ଼ଷ୍ଟ ପକାଇ ଛୁ ମାରିଥିବା ଦେଖିବାକୁ ମିଳିଛି ।
କାମଟି ଅଧାପନ୍ତରିଆ ହୋଇ ପଡି ରହିଥିବା ହେତୁ ଅନେକ ସ୍ଥାନରେ ଖାଲ ହୋଇଯାଇଛି । ସ୍ଥାନେ ସ୍ଥାନେ ମାଟି ଗଦା ହୋଇଥିବାରୁ ଯାତାୟତା ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ତିନୋଟି ପଞ୍ଚାୟତର ଲୋକେ ବ୍ଲକ୍, ତହସିଲ, ଡାକ୍ତରଖାନା ଯାତାୟତ କରିଥାନ୍ତି । ଶହ ଶହ ପିଲା ସ୍କୁଲ, କଲେଜ ଯାଇଥାନ୍ତି । ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ହେବା ସହ ଗେଡି ଉଠିଯାଇଥିବାରୁ ଲୋକମାନେ ବହୁ ସମସ୍ୟା ସହ ଛୋଟ ବଡ଼ ଦୁଃର୍ଘଟଣାରେ ଶିକାର ହେଉଛନ୍ତି । ରାସ୍ତା ମରାମତି କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା କଥା ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ଜେଇ ଏକଥାକୁ ଗ୍ରହଣ କରୁ ନାହାନ୍ତି । ବିଡ଼ମ୍ବନାର ବିଷୟ କାର୍ଯ୍ୟ ଆରମ୍ଭରୁ ଫଳକ ଲାଗିବାର ବ୍ୟବସ୍ଥା ଥିଲେ ମଧ୍ୟ ଅଦ୍ୟାବଧି ତାହା ଲଗା ଯାଇନାହିଁ କି ରସ୍ତାରେ ଗଣ୍ଡେ ମହରମ ମଧ୍ୟ ପଡ଼ିନାହିଁ । ରାସ୍ତା କାମ ଅଧା କରି ଠିକାଦାର ବିଲ୍ ହାତେଇଥିବା ଅଭିଯୋଗ ହୋଇଛି । ଠିକାଦାର, ଯନ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଯୋଗୁଁ ରାସ୍ତା କାମ ଅଧପନ୍ତରିଆ ଓ ନିମ୍ନମାନର ହୋଇ ପଡ଼ି ରହିଛି । ଯାହା ଦ୍ୱାରା ସାଧାରଣ ରାସ୍ତା ଗଲା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଉପରେ ଯାଜପୁର ଜିଲ୍ଲାପାଳ ଓ ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *